ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ମୃତ୍ୟୁ ରେ ମହୋତ୍ସବ ରେ ନିରବ ପ୍ରାର୍ଥନା
ହରଭଙ୍ଗା :(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ଲୋକ ମହାତ୍ସବ ଆଜି ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ହରଭଙ୍ଗା ଅଂଚଳରେ ମା ରୁଦ୍ର କାଳୀଙ୍କୁ ପୂଜାର୍ଚନା ପରେ ମଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ତୃତୀୟ ସନ୍ଧ୍ୟା ମଞ୍ଚ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନଉପସ୍ଥିତ ଥିବାବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ,ସମିତି ସଭ୍ୟ ସଭାପତି -କାହ୍ନୁ ଚରଣ ନାଥ,ଉପସ୍ଥିତ ରହିଥିବା ବେଳେ ହିମାଂଶୁ ରାଉତ ମଞ୍ଚ ପରିଚାଳନାକରିଥିଲେ। ମହୋତ୍ସବର ତୃତୀୟ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ରେ କଲେଜ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ, ନାଚ ଗୀତ ସହିତ ସୁନାମ ଧନ୍ୟା କଣ୍ଠଶିଳ୍ପୀ ଶୋଭା ରାଉତ,ଘୁଡକା -ତୁଷୁରା, ଯାତ୍ରା -ଯାତ୍ରା କଣ୍ଟାମାଳ ଙ୍କ ଦ୍ୱାରା ସୁନ୍ଦର କାର୍ଯ୍ୟକ୍ରମ ଜନସାଧାରଣ ଙ୍କୁ ମୋହିତ କରିଥିଲା। ମହୋତ୍ସବ ପଡିଆ କୁ ଆଜି ପଂଚାୟତ କଲେଜ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ସହିତ ଶାନ୍ତି ଶୃଙ୍ଖଳା, ଡ୍ରାଇଭର ମହାସଂଘ ଦ୍ୱାରା ମହୋତ୍ସବ ର ବିଭିନ୍ନ କାର୍ଯ୍ୟକ୍ରମ ରେ ସହଯୋଗ ହୋଇଥିବା ବେଳେ ଆଜି ଗତ ଦୁଇଦିନ ଅପେକ୍ଷା ଦର୍ଶଙ୍କ ଭିଡ଼ ଅଧିକ ହୋଇଥିଲା।
Post a Comment