ବୌଦ୍ଧ, (ହୃଦାନନ୍ଦ ମେହେର) : ବୌଦ୍ଧ ଜ଼ିଲ୍ଲା ପ୍ରଶାସନ ଓ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ କଟକ ର ମିଳିତ ଆନୁକୂଲ୍ୟରେ ତା.୨୯.୦୧.୨୦୨୩ ରିଖ ଦିନ ବୌଦ୍ଧଜିଲା ମୁଖ୍ୟଚିକିତ୍ସାଳୟଠାରେ ଅଷ୍ଟିଓପାଥି କ୍ଲିନିକ୍ ର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଗୃହଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଜିଲା ସ୍ୱାସ୍ଥ୍ୟ ବିଭାଗର ପଦାଧିକାରୀ ଓ କର୍ମଚାରୀମାନଙ୍କ ଉପସ୍ଥିତିରେ ଆଭାସି ଜରିଆରେ ଗୁରୁଦେବ ଶ୍ରୀଶ୍ରୀ ରବିଶଙ୍କର ଏହାର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ କଟକଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ୍ ଅତିଥି ଭାବରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତନ,ପଞ୍ଚାୟତିରାଜ ଓ ପାନିୟଜଳ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ, ବୌଦ୍ଧ ଜ଼ିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଓ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମଦନମୋହନ ପ୍ରଧାନ ପ୍ରମୁଖ ଉପସ୍ଥିତଥିଲେ । ସେହିପରି ବୌଦ୍ଧଠାରେ ଆୟୋଜିିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା,ସାଂସଦ ପ୍ରତିନିଧି ତାରେଣି ମହାପାତ୍ର ଓ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ଅଷ୍ଟିଓପାଥି କ୍ଲିନିକ ବୌଦ୍ଧ ମୁଖ୍ୟଚିକିତ୍ସାଳୟର ଫିଜିଓଥେରାପି ୟୁନିଟ ନିକଟରେ ଆସନ୍ତା ୧ ତାରିଖଠାରୁ ନିୟମିତ ଭାବରେ କାର୍ଯ୍ୟ କରିବ । ଏହି କ୍ଲିନିକରେ ବିଭିନ୍ନ ରୋଗର ନିଦାନ ଓ ପରାମର୍ଶ ସହିତ ମାଂଶପେଶୀ,ଅସ୍ଥି,ଲିଗାମେଣ୍ଟ ଏବଂ କନେକ୍ଟିଂ ଟିସୁ ସଂପର୍କରେ ଚିକିତ୍ସା ସେବା ମିଳିପାରିବ । ଏହି ଅଷ୍ଟିଓପାଥି ଚିକିତ୍ସାରେ ଔଷଧ କିମ୍ବା ଅସ୍ତ୍ରୋପଚାର ର ଆବଶ୍ୟକତା ନାହିଁ । ଏହି ଅବସରରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଶ୍ରୀଶ୍ରୀ ରବିଶଙ୍କର ସମଗ୍ର ବୌଦ୍ଧବାସୀଙ୍କ ଉଦ୍ଦେଶ୍ୟରେ ନିଜର ଆର୍ଶୀବଚନ ସହିତ ଚିକିତ୍ସା ସେବାର ଲାଭ ଉଠାଇ ସୁସ୍ଥ ରହିବାକୁ ପରାମର୍ଶ ଦେଇଥିଲେ ।

Post a Comment