ଯୁବ ରେଡ୍ କ୍ରସ୍ ପକ୍ଷରୁ ବିଶ୍ଵ କୁଷ୍ଠ ନିରାକରଣ ଦିବସ ପାଳନ


ବୌଦ୍ଧ,(ହୃଦାନନ୍ଦ ମେହେର) ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଯୁବ ରେଡକ୍ରସ ତରଫରୁ ଆଜି ବିଶ୍ଵ କୁଷ୍ଠ ନିରାକରଣ ଦିବସ ମହାନଦୀ ବ୍ରିଜ ଛକ ପାଖରେ ଥିବା ସ୍ଥାନୀୟ କୁଷ୍ଠାଶ୍ରମରେ ପାଳିତ ହୋଇଯାଇଛି । ଯୁବ ରେଡ୍ କ୍ରସ୍ ର ସମ୍ପାଦକ ଅଧ୍ୟାପକ ପ୍ରବିର କୁମାର ଦାସ ଙ୍କ ନେତୃତ୍ବରେ ରେଡ୍ କ୍ରସ୍ ସ୍ୱେଚ୍ଛାସେବୀ ଛାତ୍ରମାନେ ସେହି ଆଶ୍ରମରେ ପହଞ୍ଚି ସେମାନଙ୍କର ହାଲଚାଲ ବୁଝିବା ସହ ସେମାନଙ୍କ ପାଇଁ ହୋଇ ଥିବା ଦିବସ ବିଷୟରେ ବୁଝାଇ ଥିଲେ । ସମସ୍ତ ଅଧିବାସୀ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । କରୋନା ସମୟରୁ ପୋଷ୍ୟ କରିଥିବା ଯୁବ ରେଡକ୍ରସ୍ ସମାଜ କୁ ଏହି ବାର୍ତ୍ତା ପ୍ରଦାନ କରିଛନ୍ତି ଯେ କୁଷ୍ଠ ରୋଗୀ ଅସ୍ପୃଶ୍ୟ ନୁହଁନ୍ତି । କୁଷ୍ଠ ରୋଗ ଔଷଧ ଦ୍ଵାରା ନିଶ୍ଚୟ ଆରୋଗ୍ୟ ହେବ । କୁଷ୍ଠ ରୋଗ ର ଲକ୍ଷଣ ପ୍ରକାଶ ପାଇଲେ, ଦେହରେ ଛଉ ଦେଖା ଦେଲେ ତାକୁ ନ ଲୁଚାଇ ଡାକ୍ତରଖାନାରେ ପରୀକ୍ଷା କରି ଏମ୍. ଡି. ଟି. ଔଷଧ ଖାଇଲେ ଏହି ରୋଗ ନିଶ୍ଚୟ ଭଲ ହେବ । ବର୍ଷା ଦିନରେ ପାଣି ପଶି ଯାଉ ଥିବାରୁ ସେମାନଙ୍କ ପାଇଁ ଯଥା ଶୀଘ୍ର ନୂତନ ଗୃହ ନିର୍ମାଣ କରାଯିବା ପାଇଁ ସେମାନେ ପ୍ରଶାସନ କୁ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ପ୍ରମୋଦ କୁମାର ସାହୁ, ପାର୍ଥ ସାରଥି ମିଶ୍ର, ଜିତେନ୍ଦ୍ର ସାହୁ, ପ୍ରତ୍ୟୁଷ ଦାନୀ, ଆଲୋକ ପରିଡା ଇତ୍ଯାଦି ବହୁ ସହଯୋଗ କରିଥିଲେ ।

Post a Comment

Previous Post Next Post