ବୌଦ୍ଧ,(ହୃଦାନନ୍ଦ ମେହେର) : ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ଜ଼ିଲ୍ଲା ପ୍ରଶାସନ ଓ ପୋଲିସର ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ମହାତ୍ମା ଗାନ୍ଧୀଙ୍କ ତୀରୋଧାନ ଦିବସକୁ ସାରା ଦେଶରେ ସହୀଦ ଦିବସ ଭାବରେ ପାଳନ କରାଯାଉଥିବା ବେଳେ ଜନଶୁଣାଣି ଶିବିର ଅବସରରେ ଅମର ସହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିସହିତ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ମଧ୍ୟ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇ ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯାଇଥିଲା ।
Ad....
ଜନ ଶୁଣାଣି ଶିବିରରେ ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା ଓ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ପହଲ୍ଲାଦ ସହାଇ ମିନା ଯୋଗଦେଇ ଲୋକମାନଙ୍କର ସମସ୍ୟା ଶୁଣିବା ସହିତ ସେଗୁଡିକର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ । ଏହି ଶିବିରରେ ସମୁଦାୟ ୧୩୭ ଗୋଟି ଆପତ୍ତି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୧୩୨ ଗୋଟି ବ୍ୟକ୍ତିଗତ ମାମଲା ଓ ୫ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା । ଏହି ଶିବିରରେ ୧୧୧ ଗୋଟି ଅଭିଯୋଗର ତତକାଳ ସମାଧାନ କରାଯାଇଥିଲା । ଏହି ଶିବିରରେ ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର,ଗୋଷ୍ଠୀ ଉନ୍ନୟନ ଅଧିକାରୀ ହରଭଙ୍ଗା ବିଜୟ କୁମାର ପ୍ରଧାନ,ସହକାରୀ ଜ଼ିଲ୍ଲାପାଳ ଚନ୍ଦ୍ରକାନ୍ତ ନାୟକଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ହରଭଙ୍ଗା ବିଡିଓ ବିଜୟ କୁମାର ପ୍ରଧାନ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସରପଞ୍ଚ ଇନ୍ଦୁମତି ଝାଙ୍କର,ନିର୍ବାହୀ ଅଧିକାରୀ ପୁରନ୍ଦର ଠେଲା ଏହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
Post a Comment