କୁମ୍ଭାରୀ ଉଜ୍ଜଳେଶ୍ବର ମହାଦେବ ମନ୍ଦିରର ବାର୍ଷିକ ପ୍ରତିଷ୍ଠା ଉତ୍ସବ


ବାଲେଶ୍ଵର (ପ୍ରଭାକର ମଲ୍ଲିକ) ଆଧ୍ୟାତ୍ମିକମୟ ପରିବେଶ ମଧ୍ୟରେ ଦୁଇଦିନ ଧରି ବାଲିଆପାଳ ବ୍ଲକ କୁମ୍ଭାରୀ ପଞ୍ଚାୟତ କୁମ୍ଭାରୀ ଗ୍ରାମରେ ନିର୍ମିତ ଉଜ୍ଜଳେଶ୍ବର ମହାଦେବ ମନ୍ଦିରର ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମନ୍ଦିର ପ୍ରାଙ୍ଗଣରେ ରବିବାର ଓ ସୋମବାର ଦୁଇଦିନ ଧରି ନାମଯଜ୍ଞ ଓ ବିଷ୍ଣୁଯଜ୍ଞ ମହୋତ୍ସବ ସହ ସୋମବାର ମହାପ୍ରସାଦସେବନର ବ୍ୟବସ୍ଥା କରାଯାଇଥିଲା । କୁମ୍ଭାରୀ, ଝଲଝଲିଆ, ଧାନନ୍ଦା, ଗୋକୁଳାନ୍ଦପୁର ପ୍ରଭୁତି ଗ୍ରାମର ହଜାର ହଜାର ଜନସାଧାରଣ ପ୍ରସାଦସେବନରେ ଯୋଗ ଦେଇଥିଲେ । ଉକ୍ତ ଉତ୍ସବରେ ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ଯକାରୀ ସଭାପତି ତଥା ବିଶିଷ୍ଟ ସମାଜସେବୀ ଶ୍ରୀମତୀ ସୁବାସିନୀ ଜେନା ମଧ୍ୟ ଯୋଗଦେଇ ପ୍ରଭୁ ଉଜ୍ଜଳେଶ୍ବର, ମହାବୀର ଏବଂ ରାଧାକୃଷ୍ଣଙ୍କ ଆଶୀର୍ବାଦ ଭିକ୍ଷା କରି ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି କାମନା କରିଥିଲେ । ଭକ୍ତିମୟ ପରିବେଶରେ ବାଲିଆପାଳ ବ୍ଲକ ସଭାପତି ଶ୍ରୀଯୁକ୍ତ ଗୋବିନ୍ଦ ପ୍ରସାଦ ଦାସ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପଙ୍କଜିନୀ ମହାପାତ୍ର, ସରପଞ୍ଚଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଜୟନାରାୟଣ ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ । ମନ୍ଦିର ମୁଖ୍ୟ ସୁଦର୍ଶନ ଭୂୟାଁଙ୍କ ତତ୍ତ୍ବାବଧାନରେ କୁମ୍ଭାରୀ ଗ୍ରାମବାସୀ ବୃନ୍ଦ ସମସ୍ତ କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Post a Comment

Previous Post Next Post