ପଖନମୁଣ୍ଡା ବିଦ୍ୟାଳୟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟର ଅଧିନସ୍ଥ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷକ ଅଲେଖ ବନାଗୋଲା, ବିଶେଶ୍ୱର ମୁଦୁଲି, ସାଧନକର୍ମୀ ନରେଶ ତାଣ୍ଡୀ ଓ ଛାତ୍ରୀ ମାନେ ଉପସ୍ଥିତ ଥିଲେ।ସର୍ବ ପ୍ରଥମେ ଛତ୍ରୀମାନେ ଅତିଥି ମାନଙ୍କୁ ପୁଷ୍ପଗୁଛ୍ଛ ଦେଇ ସ୍ୱ।ଗତ କରିଥିଲେ।ତାପରେ ଶ୍ରୀ ଦାଶ କନ୍ୟା ଦିବସର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ।ପଖନମୁଣ୍ଡା ଗୋଟିଏ ଆଦିବାସୀ ଅଧ୍ୟୁଷିତ ଗ୍ରାମ ହୋଇଥିବାରୁ ଝିଅ ମାନଙ୍କୁ ଅଣଦେଖା କରାଯାଉଛି ତେଣୁ ଆମେ ସମସ୍ତେ ମିଶି ତାଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ପାଇଁ ଅନୁରୋଧ କରିଥିଲେ।ଝିଅ ମାନେ ମଧ୍ୟ ପୁଅ ମାନଙ୍କ ସହିତ ସମତାଳରେ ଚାଲିବାକୁ ଝିଅ ମାନଙ୍କୁ ଫୁଟବଲ, ବେଟମିଣ୍ଟନ ଆଦି ଖେଳ ସାମଗ୍ରୀ ପ୍ରଦାନ କରାଯାଇଥିଲା।

Post a Comment

Previous Post Next Post