ସ୍ୱାଧୀନତା ସଂଗ୍ରାମୀ ଏବଂ ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସ୍ମୃତିରେ ଶୋକସଭା


ଖପ୍ରାଖୋଲ (ଗଣେଶ ଦାସ ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନସରରେ ଥିବା ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନକୁ ବାଜି ଲଗାଇ ଇଂରେଜ ମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସହିଦ ହୋଇଥିବା ସଂଗ୍ରାମୀ ମାନଙ୍କ ସ୍ମୃତି ଉଦ୍ୟେଶ୍ୱରେ ପ୍ରତି ବର୍ଷ ପରି ସୋମବାର ଏକ ଶୋକସଭାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଐଶର୍ଯ୍ୟ ଶେଖର ଦେବତାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ପରିଚାଳନା କମିଟିର ସଭାପତି ବିକାଶ ଦାସ ଯୋଗଦାନ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ଏବଂ ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ଅକାଳ ବିୟୋଗରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ବିଦ୍ୟାଳୟର ଛାତ୍ର, ଛାତ୍ରୀ ଏବଂ ଶିକ୍ଷକ ମାନେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଏହି ପରିପ୍ରେକ୍ଷୀରେ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ସ୍ମୃତି ଚାରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଉସତ ଗଡତ୍ୟା,ଗୌର ମାଝୀ,ଦୀପାଞ୍ଜଳି ପ୍ରଧାନ,ଝରଣା କର,କୃଷ୍ଣାଧର ପାତ୍ର,ରଥ ଗୁରୁ,କାନ୍ହୁ ଚରଣ ସାହୁ,ଦୁର୍ଯୋଧନ ସାହୁ,ରମେଶ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

Post a Comment

Previous Post Next Post