ସମାଜସେବୀ ଭୋଲାରାମଙ୍କ ଜନ୍ମଦିନରେ ଚକ୍ଷୁଦାନକରି ଲୋକଙ୍କ ପ୍ରିୟମାଣ ହୋଇଛନ୍ତି


ପାଟଣାଗଡ଼ (ଗଣେଶ ଦାସ ) ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ କୁତମୁଣ୍ଡା ଗ୍ରାମର ଜଣାଶୁଣା ଯୁବ ଲେଖକ, ସଂଗଠକ, ଗଁଡାବଜା ଗବେଷକ ଏବଂ ସମାଜସେବୀ ଭେଲାରାମ କୁମ୍ଭାର (ହିମାଂଶୁ) ସେ ତାଙ୍କର ଜନ୍ମ ଦିନ ଅବସରରେ ବଲାଙ୍ଗୀର ଭୀମ ଭୋଇ କଲେଜ ଏବଂ ହସପିଟାଲରେ କୁ ଯାଇ ନିଜ ଚକ୍ଷୁ ଦାନ କରିବାପାଇଁ ସଂକଳ୍ପ କରିଛନ୍ତି । ପୃଥିବୀରେ ଅନେକ ଲୋକ ଅନ୍ଧକାରରେ କାଳାତିପାତ କରୁଛନ୍ତି । ସେ କହିଛନ୍ତି ଯେ, ମୁଁ ମଲାପରେ ଆଉ ଜଣେ ମୋ ଚକ୍ଷୁ ସହାୟତା ରେ ଏ ସୁନ୍ଦର ଦୁନିଆ ଦେଖିପାରିବ । ତାଙ୍କର ଏହି ମହତ୍ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ତଥା ବନ୍ଧୁ ବାନ୍ଧବ ମାନେ ଅଭିନନ୍ଦନ ଜଣାଇଛନ୍ତି ।

Post a Comment

Previous Post Next Post