ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ସିଂଲାର ୧୯ ତମ ବାର୍ଷିକ ଉତ୍ସବ ପାଳିତ


ବାଲେଶ୍ବର (ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ସିଂ ଲା ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୧୯ ତମ ବାର୍ଷିକ ଉତ୍ସବ ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ପାଳିତ ହୋଇଯାଇଛି । ସୁଶାନ୍ତ କୁମାର ମିଶ୍ରଙ୍କ ପୌରାହିତ୍ୟରେ ମଞ୍ଚ ପ୍ରତିଷ୍ଠା ସହିତ ଛାତ୍ରଛାତ୍ରୀ ମାନେ ପଞ୍ଚୋପଚାରରେ ପିତୃମାତୃ ପୂଜନ କରି ପିତାମାତାଙ୍କୁ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହାପରେ ବରିଷ୍ଠ ଶିକ୍ଷାବିତ ତଥା ବିଦ୍ୟାଳୟର ସ୍ଥାୟୀ ସଭାପତି ମନୋରଞ୍ଜନ ଗିରିଙ୍କ ସଭାପତିତ୍ୱ ଏବଂ ପ୍ରଧାନ ଆଚାର୍ଯ୍ୟ ଜୟନ୍ତ କୁମାର ମିଶ୍ରଙ୍କ ବଳିଷ୍ଠ ସଂଯୋଜନାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଅନୁଷ୍ଠାନର ସହ ସମ୍ପାଦକ ନିରଞ୍ଜନ ବେହେରାଙ୍କ ଅତିଥି ସମ୍ଭାଷଣ ସାଙ୍ଗକୁ ଯନ୍ତ୍ର ସଂଗୀତର ତାଳେତାଳେ ଅତିଥିମାନେ ମଂଚାସୀନ ହୋଇଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱରା ଅତିଥି ସମ୍ବର୍ଦ୍ଧନା ସହିତ ଛାତ୍ରୀ ରମାଦେବୀ କଇ, ରିଦ୍ଧି ରିତ୍ୟାଶା ମହାନ୍ତି ଓ ଜ୍ୟୋତିଶ୍ରୀ ସାମନ୍ତରାୟଙ୍କ ଦଳଗତ 
ଓଡିଶୀ ନୃତ୍ୟ ଉତ୍ସବର ଶୋଭା ବର୍ଦ୍ଧନ କରିଥିଲା । ମୁଖ୍ୟ ଅତିଥି ସାରସ୍ଵତ ସାଧିକା ମିନତୀ କର, ମୁଖ୍ୟ ବକ୍ତା ସଂସ୍କୃତି ବିଶାରଦ ପଣ୍ଡିତ ବଂଶୀଧର ପଣ୍ଡା, ଉଦ୍ଘାଟକ ବିଶିଷ୍ଟ ପ୍ରବଚକ ପଣ୍ଡିତ ଗୋପାଳ ପ୍ରସାଦ ବେଜ, ବିଶିଷ୍ଟ ଅତିଥି ପଣ୍ଡିତ ଦେବାଶିଷ ଦ୍ବିବେଦୀ ଓ ବରେଣ୍ୟ ଅତିଥି ବିଶିଷ୍ଟ ନାଟ୍ୟକାର ପୁରୁଷୋତ୍ତମ ବେହେରା ଯୋଗ ଦେଇ ଶିକ୍ଷା, ସଂସ୍କାର ଓ ସମର୍ପଣର ପରିଭାଷା ବାବଦରେ ନିଜନିଜର ବକ୍ତବ୍ୟ ରଖି ଏକ ସୁସ୍ଥ ଓ ସଂସ୍କାରିତ ସମାଜ ଗଠନରେ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଭୂମିକା ବାବଦରେ ଆଲୋକପାତ କରିଥିଲେ । ମଞ୍ଚରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ପ୍ରତିଭାଧର ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଶେଷରେ ସାନ୍ଧ୍ୟ ଅଧିବେଶନରେ ଶ୍ରୀମତୀ ନିବେଦିତା ମହାପାତ୍ରଙ୍କ ନୃତ୍ୟ ନିର୍ଦ୍ଧେଶନାରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ "ଧୁମ ମିଠା ମିଠା " ପରିବେଷଣ ହୋଇଥିଲା । ଶେଷରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପ୍ରଶାନ୍ତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୀତାଞ୍ଜଳି ପଣ୍ଡା, ଶୁଭଙ୍କର ମିଶ୍ର, ସୁବ୍ରତ କୁମାର ସାହୁ, କଳ୍ପନା ନାୟକ, ରଶ୍ମିତା ପାଢ଼ୀ, ଭବାନୀ ରଣା, ମିନତୀ ପରିଡା, ପଦ୍ମାବତୀ ପାତ୍ର, ପର୍ଶୁରାମ ପରିଡ଼ା, ଜଗନ୍ନାଥ ଦେ, ହରିଶ୍ଚନ୍ଦ୍ର କଇ, ରାମହରି ସାମଲ, ଗୌରୀ ଶଙ୍କର ପାଲ, ବୈଜୟନ୍ତୀ ସାହୁ, ଆରତୀ ସାମନ୍ତରାୟ, ରବି ନାରାୟଣ ଗିରି, ରମାନାଥ ବାଗ, ନିରଞ୍ଜନ ସାହୁ, ରଜନୀକାନ୍ତ ଘଡାଇ, ଭାଗବତ ମହାନ୍ତି, ସଂଗ୍ରାମ ଦଳାଇ, ଗଣେଶ ଭୂୟାଁ, କମଳାକାନ୍ତ ପ୍ରମାଣିକ, ରଞ୍ଜନ ସାହୁ ଓ ନନ୍ଦନ କୁମାର ସାହୁ ଇତ୍ୟାଦି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Post a Comment

Previous Post Next Post