ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଟାଉନ ହଲ୍ ଠାରେ ୭୪ ତମ ଜନରାଜ୍ୟ ଦିବସ ପାଳନ ଅବସରରେ ଦେଶପ୍ରେମ କବିତା ପାଠ ଓ ସାହିତ୍ୟ ସଭା ଅନୁଷ୍ଠିତ ସୋଇଥିଲା । ବୌଦ୍ଧ ଜିଲ୍ଲା ପ୍ରଶାସନ ସହାୟତାରେ ସିଦ୍ଧାର୍ଥ ସାହିତ୍ୟ ସଂସଦ ଓ ନୀଳଚକ୍ର ସାହିତ୍ୟ ସଂସଦ ବୌଦ୍ଧଙ୍କ ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁଶ୍ରୀ ରିତାକାନ୍ତୀ ବଳିଆରସିଂ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ସଭାପତିତ୍ବ କରିଥିଲେ ନୀଳଚକ୍ର ସାହିତ୍ୟ ସଂସଦ ,ବୌଦ୍ଧ ର ପ୍ରତିଷ୍ଠାତା ସଭାପତି ଡ଼. ଇଂ ସଞ୍ଜୟ କୁମାର ପଣ୍ଡା,ସମ୍ମାନିତ ଅତିଥି ଭାବେ କବୟିତ୍ରୀ ମଞ୍ଜୁ ପ୍ରଭା ପଟ୍ଟନାୟକ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ସିଦ୍ଧାର୍ଥ ସାହିତ୍ୟ ସଂସଦ ,ବୌଦ୍ଧ ର ଉପସଭାପତି ସୋରଜ କୁମାର ସାହୁ ମଞ୍ଚାସୀନ ଥିଲେ । କବିତା ସଂଯୋଜନା କରିଥିଲେ ଯୁବକବି ନିବାସ ନାୟକ । କାର୍ଯ୍ୟକ୍ରମକୁ ସିଦ୍ଧାର୍ଥ ସାହିତ୍ୟ ସଂସଦ ,ବୌଦ୍ଧ ର ସମ୍ପାଦକ କୃତ୍ତିବାସ ପଲିଆ ପରିଚାଳନା କରିଥିଲେ । କବିତା ପାଠରେ ସୁଜ୍ଞାନ ବାଘ, ଅରୁଣ କୁମାର ମେହେର, ରୋହିତ କୁମାର ଦୀପ, ଚିତ୍ତ ରଂଜନ ବେହେରା, କାର୍ତ୍ତିକେଶ୍ୱର୍ ନାୟକ, ମଞ୍ଜୁପ୍ରଭା ପଟ୍ଟନାୟକ, ରଶ୍ମିତା ବେହେରା, ନିବାସ ନାୟକ, ନାରାୟଣ ନାୟକ, ଭୁବନେଶ୍ୱର ମିଶ୍ର ,ପ୍ରଦୀପ କୁମାର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସନ୍ଧ୍ୟାରେ ବୌଦ୍ଧ ବଣିକ ସଂଘ ଆୟୋଜନରେ ଦେଶାତ୍ମବୋଧକ ନାଟକ ପରିବେଷଣ ହୋଇଥିଲା ।

Post a Comment