ଗଣତନ୍ତ୍ର ଦିବସ ଅବସରରେ ବିର୍ସା ମୁଣ୍ଡା ଆଦିବାସୀ ଯୁବକ ସଂଘ ତରଫରୁ ରକ୍ତଦାନ ଶିବିର


କଣ୍ଟାବାଞ୍ଜି (ଆଜତକ୍ ଓଡ଼ିଶା) : ଗଣତନ୍ତ୍ର ଦିବସ ଅବସର ରେ ଅବସରରେ ବିର୍ସା ମୁଣ୍ଡା ଆଦିବାସୀ ଯୁବକ ସଂଘ ତରଫରୁ ରକ୍ତଦାନ ଶିବିର ସଂଘ ସଭାପତି ଯୁଗଳ କିଶୋର ଶବରଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ବିଜୁ ପଟ୍ଟନାୟକ ରକ୍ତ ଭଣ୍ଡାରରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଜେଡି ଜିଲ୍ଲା ସମ୍ପାଦକ ଫିରୋଜ୍ ଖାନ ଏବଂ ୱାର୍ଡ ନମ୍ୱର୍ ୧୫ କାଉନସିଲର ସୁନିତା ବୁଡେକ  ଶିବିର ଉଦଘାଟନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନୀୟ ଅତିଥି ଭାବେ  ୱାର୍ଡ ନମ୍ୱର୍ ୧୪ କାଉନସିଲର ବିକାଶ ତରିଆ, ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା ଯୋଗ ଦେଇଥିଲେ। ଏହି ଶିବିରରେ ୧୫ ନମ୍ୱର୍ ୱାର୍ଡ କାଉନସିଲ ସୁନିତା ବୁଡେକ୍ ଏବଂ ପ୍ରେସ କ୍ଲବ ସଭାପତି ପ୍ରଭଜିତ୍ ସିଂ ସାଲୁଜା ଦୁହେଁ ମଧ୍ୟ ରକ୍ତଦାନ କରିଥିଲେ ।ଏହି ଖବର ଲେଖିବା ପ୍ରର୍ଯନ୍ତ ୧୬ ୟୁଟିନ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଶିବିର ରେ ରୋହନ ମହତ୍ , ସୁରଦାସ ବାଗ, ତୁଳସୀ ରାମ ଜଗତ, ଆନନ୍ଦ ମୋଟେ, ବିଶୀ କେଶନ ମାଝୀ, ସରୋଜ ବୁଡେକ୍ ପ୍ରମୁଖ ସହ ଯୋଗ କରିଥିଲେ। ରକ୍ତ ଭଣ୍ଡାର ପକ୍ଷରୁ ଶିବ ସାହୁ, ପ୍ରଶାନ୍ତ ସାହୁ, ଦୁର୍ଗା ତାଣ୍ଡି ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ।

Post a Comment

Previous Post Next Post