ଇଣ୍ଡିଆ ବୁକ ଅଫ ରେକର୍ଡ ଅଢେଇ ବର୍ଷର ଶିଶୂ


ତୁରେକେଲା (ଆଜତକ୍ ଓଡ଼ିଶା) : ବୟସ ୨ ବର୍ଷ ୮ ମାସ । ସେ ସ୍କୁଲ ର ମୁହଁ ଦେଖିନାହାନ୍ତି  ହେଲେ ଏବେ ସେ ଇଣ୍ଡିଆ ବୁକ ଅଫ ରେକର୍ଡ ଧାରି । ଏହି ବୟୟରେ ଶିଶୁ ମାନେ କଥା କହି ପାରନ୍ତି ନାହିଁ  କିନ୍ତୁ ସେ ପ୍ରଖର ସ୍ମରଣ ଶକ୍ତି ଯୋଗୁ ଆଜି ସେ ବଡ ବଡଙ୍କୁ ମଧ୍ୟ ପଛରେ ପକାଇ ନିଜ ନାଁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ କରି ପାରିଛନ୍ତି । ଖେଳ ଖେଳରେ କେବେ ସେ ଇଣ୍ଡିଆ ବୁକ ରେକର୍ଡ କରିବ କିଏ  ଭାବି ନଥିଲେ । କିନ୍ତୁ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ତୁରେକେଲା ଗାଁର ୨ ବର୍ଷ ୮ ମାସର ଶିଶୂ ସମୃଦ୍ଧି ସାହୁ ଏବେ ନିଜର ପ୍ରତିଭା ଯୋଗୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି । ଯେଉଁ ବୟସରେ ଶିଶୂ ମାନେ  ଠିକରେ କଥା କହିପାରନ୍ତି ନାହିଁ ସବୁ ସମୟରେ ଖେଲରେ ବ୍ୟସ୍ତ ରହିଥାନ୍ତି ସେହି ବୟସରେ ସେ ଇଣ୍ଡିଆ ରେକର୍ଡଧାରି । ସମୃଦ୍ଧି ସାହୁ ୯ ଜାତୀୟ ଚିହ୍ନ, ୮ ବିପରୀତ ଶବ୍ଦ, ଶରୀରର ୬ ଟି ଅଂଶର କାର୍ଯ୍ୟ,ଗାୟତ୍ରୀ ମନ୍ତ୍ର, ମାସ ଏବଂ ବାର ର ନାମ, ୪ ବେଦ,୮ ଗ୍ରହ,୪ ଦିଗ, ୧ ରୁ ୨୦ ଯାଏ ସଂଖ୍ୟା, ୧୩ ଟି ଅଭିନୟ, ୧୨ ରଙ୍ଗ, ୧୬ ଗାଡ଼ି, ୧୩ ଫଳ, ଭାରତର ୧୧ ସ୍ମାରକୀ,  ୯ ଆକୃତି,ଶରୀରର ୧୯ ଟି ଅଂଶ,୧୬ ଟି ପ୍ରାଣୀ ର ନାମ ୫୯ ସେକେଣ୍ଡ ରେ କହି ପାରୁଛନ୍ତି । ଏତେ କମ ବୟସରେ ଏଭଲି ପ୍ରତିଭା ଯୋଗୁ ତାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡ କରିବାକୁ ପରିବାର ଲୋକ ମନସ୍ତ କରିଥିଲେ । ପ୍ରଥମେ ତାଙ୍କ ନିକଟ ବନ୍ଧୁଙ୍କ ଠାରୁ ଏମିତି  କିଛି ହେଇପାରେ ବୋଲି ପରିବାର ଜାଣିବାକୁ ପାଇଥିଲେ । ବାପା ପ୍ରତାପ  ସାହୁ ଏବଂ ମାଁ ସଂଗୀତା ସାହୁ ସମୃଦ୍ଧି ଙ୍କ ପାଇଁ ଅନଲାଇନରେ ୨୪ ଡିସେମ୍ବର  ୨୦୨୨ ରେ ଆବେଦନ କରିଥିଲେ । ଅଳ୍ପ କିଛି ଦିନ ଭିତରେ ସେଠୁ ଉତ୍ତର ଆସିଥିଲା । ଶିଶୁର ମୋଇବାଲରେ ଭିଡିଓ କରି  ମେଲ କରିବାକୁ ଇଣ୍ଡିଆ ବୁକ ଅଫ ରେକର୍ଡରେ କର୍ମକର୍ତା ମାନେ କହିଥିଲେ । ତୁରନ୍ତ ଘର ଲୋକ ଭିଡିଓ ମେଲ କରିବା ପରେ କିଛି ଦିନ ପରେ ସମୃଦ୍ଧି ଇଣ୍ଡିଆ ବୁକ ଅପ ରେକର୍ଡରେ ସ୍ଥାନ ପାଇଲେ ବୋଲି ଖବର ଆସିବା ସହ ତାଙ୍କ ପାଖକୁ  ଏକ ସାର୍ଟିଫିକେଟ, ମେଡାଲ, ପରିଚୟ ପତ୍ର ଏବଂ ଦାବି ପେନ ଓ ବୁକ ଆସିଛି । ଘର ଲୋକ ସମୃଦ୍ଧି ଙ୍କ ଏତେ କମ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିବାରୁ ବହୁତ ଖୁସି ଅଛନ୍ତି ।

Post a Comment

Previous Post Next Post