ସୁବର୍ଣ୍ଣପୁର ଜିଲ୍ଲା ବଡଝିଙ୍କି ଠାରେ ପଞ୍ଚବଟି ଉଦ୍ୟାନ ଉଦଘାଟିତ ହୋଇଯାଇଛି


ସୁବର୍ଣ୍ଣପୁର(ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ବଡଝିଙ୍କି ନିକଟରେ ଜଙ୍ଗଲ ଓ ପରିବେଷ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଦ୍ବାର ପଞ୍ଚବଟୀ ଉଦ୍ୟାନ ଉଦଘାଟିତ ହୋଇ ଯାଇଛି । ଜଙ୍ଗଲ ବିଭାଗ ଦ୍ବାରା ପଞ୍ଚବଟୀ ଉଦ୍ୟାନ ୧୨.୮ ହେକ୍ଟର ଜମିରେ ତିଆରି କରାଯାଇଥିବା ବେଳେ ଏହି ଉଦ୍ୟାନରେ ବିଭିନ୍ନ ପ୍ରକାର ଔଷଧିୟ ବୃକ୍ଷ ଲଗାଯାଇଛି । ଏହି ଉଦ୍ୟାନରେ ଶିଶୁ ମାନଙ୍କ ମନୋରଂଜନ ତଥା ଖେଳକୂଦ ପାଇଁ ଏକ ଶିଶୁ ଉଦ୍ୟାନ କରାଯାଇଥିବା ବେଳେ ଏକ କଫି ହାଉସ ମଧ୍ୟ କରାଯାଇଛି । ଏପରିକି ଆଗକୁ ଏହି ଉଦ୍ୟାନରେ ଏକ ଟୟ ଟ୍ରେନର ବ୍ୟବସ୍ଥା କରାଯିବା ସହିତ ଏକ୍ୟୁଆରିୟମ କରାଯାଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରାଯିବାର ବ୍ୟବସ୍ଥା କରାଯାଇଛି । ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱାଣେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡାଙ୍କ ସହିତ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା ତଥା ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ଜଙ୍ଗଲ ବିଭାଗ ଅଧିକାରୀମାନେ ଯୋଗଦେଇଥିଲେ ।ତେବେ ଏହି ଉଦ୍ୟାନ ସହର ଠୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ବେଳେ ଆଗକୁ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସ୍ଥିର କରାଯାଇଛି ବୋଲି ଜିଲ୍ଲା ବନଖଣ୍ଡ ଅଧିକାରୀ କହିଛନ୍ତି ।

Post a Comment

Previous Post Next Post