ଜବାହାରଲାଲ ନେହେରୁ ଆଦିବାସି କ୍ଲବ ପକ୍ଷରୁ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ଚଟୁଅନକା ଜବାହାରଲାଲ ନେହେରୁ ଆଦିବାସି କ୍ଲବ ପକ୍ଷରୁ ୭୪ ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ କମ୍ୟୁନିଟି ସେଣ୍ଟର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନେହେରୁ ଆଦିବାସୀ କ୍ଲବ ର ବରିଷ୍ଠ ସଦସ୍ୟା ବଳୁଚନ ମାଝୀ ଯୋଗ ଦେଇ ପତାକା ଉତୋଳନ କରିବା ସାହ୍ ଜବାହାରଲାଲ ନେହେରୁ ଆଦିବାସି କ୍ଲବ ର ସାମାଜିକ ପ୍ରତିବଦ୍ଧତା କୁ ପ୍ରସଂଶା କରିଥିଲେ ଭାରତର ଏକତା ଓ ଅଖଣ୍ଡତା କୁ ବଜାୟ ରଖିବା ପାଇଁ ସମସ୍ତଙ୍କ ସମ୍ମିଳିତ ଉଦ୍ୟମ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଜବାହଲାଲ ନେହେରୁ ଆଦିବାସି କ୍ଲବ ସଭାପତି ସହଦେବ ମାଝୀ ଏହି ଉତ୍ସବରେ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ପତାକା ଉତୋଳନ ରେ କ୍ଲବ ର ଉପସଭାପତି ବିଷିକେଶନ ମାଝୀ ସଂପାଦକ ଜନକ ମାଝୀ, କୋଷାଧ୍ୟକ୍ଷ ମୁଖରାମ ମାଝୀ , ଗୋବିନ୍ଦ ମାଝୀ, ରୂପା ମାଝୀ, ଅଭିମନ୍ୟୁ ଛତ୍ରିଆ, ରକି ମାଝୀ, ବବଲୁ ମାଝୀ, ଗୋବିନ୍ଦ ମାଝୀ,ସୁବାଷ ମାଝୀ, ମୋତିରାମ ମାଝୀ ପ୍ରେମ ମାଝୀ  ପ୍ରମୁଖ ସାମିଲ ହୋଇଥିଲେ ।

Post a Comment

Previous Post Next Post