୮୩ଜଣକୁ ମିଳିଲା ପ୍ରାୟ ଏକ କୋଟି ସତର ଲକ୍ଷ୍ୟ ରୁ ଉର୍ଦ୍ଧ ରାଶି
ହରଭଙ୍ଗା :(ସୁଶାନ୍ତ କୁମାର ବେହେରା) କେନ୍ଦୁପତ୍ର ବିଭାଗ ଆନୁକୂଲ୍ୟରେ ଆଜି ବୌଦ୍ଧ ଜିଲ୍ଲାର କେନ୍ଦୁପତ୍ର ତୋଳାଳୀ, ବନ୍ଧାଳି ଓ ସାମୁହିକ କର୍ମଚାରୀଙ୍କ ପାଇଁ ସରକାରଙ୍କ ସହାୟତା ରାଶି ର ଏକ କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କରଂଜକଟା ପଂଚାୟତ ଅଫିସ ପରିସରରେ ଅନୁଷ୍ଠିତ ହୋଇଯାଇଛି!ଏହିକାର୍ଯ୍ୟ କ୍ରମରେମୁଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ,ସମ୍ମାନିତ ଅତିଥି ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବବ୍ରତ କମ୍ପୋ,ବୌଦ୍ଧ ଡିଭିଜନ କେନ୍ଦୁପତ୍ର ଅଧିକାରୀ ଅରବିନ୍ଦ ମହାନ୍ତି ସ୍ଥାନୀୟ ସରପଞ୍ଚ ନିହାରରଞ୍ଜନ ଘୋଷ ଉପସ୍ଥିତ ରହିଥିଲେ!ଶ୍ରୀ ମହାନ୍ତି କେନ୍ଦୁପତ୍ର ର ଲାଭାଂସ ଯେଉଁ ଭଲିଭାବରେ ସିଧା ସଳଖ ଲୋକ ମାନଙ୍କ ପାଖରେ ପହଂଞ୍ଚୁଛି ଓ ବୌଦ୍ଧ ଜିଲ୍ଲା ରେ କେନ୍ଦୁପତ୍ରରୁ ରୋଜଗାର ହେଉଥିବା ଆୟ ଅଟକଳ ଜନସାଧାରଣ ଙ୍କ ଆଗରେ ଆଲୋକପାତ କରିବା ସହିତ ବିଗତ ୨୦୨୨ରେ ବୌଦ୍ଧ ଜିଲାରୁ ଏକ କୋଟିସତର ଲକ୍ଷ୍ୟ ରୁ ଉର୍ଧ୍ଵ ଆୟ ଅଟକଳ ହୋଇଥିବା କହିଥିଲେ । କେନ୍ଦୁ ପତ୍ର ତୋଳାଳୀ, ବନ୍ଧାଳୀ, ଓ ସାମୟିକ କର୍ମ ଚାରୀଙ୍କ ପାଇଁ ମୃତ୍ୟୁ ଜନିତ ଓ ଅବସର ଜନିତ ଅନୁକମ୍ପା ରାଶି ବୌଦ୍ଧ ଜିଲ୍ଲାରେ ସର୍ବ ମୋଟ 83ଜଣଙ୍କୁ ଏକ କୋଟି ସତର ଲକ୍ଷ ଟଙ୍କା ର ସହାୟତା ରାଶି ମାନ୍ୟବର ମନ୍ତ୍ରୀ ସ୍ଵ ହସ୍ତରେ ଅନଲାଇନ ମାଧ୍ୟ୍ୟମରେ ପ୍ରଦାନ କରିଥିଲେ। ଏହିକାର୍ଯ୍ୟ କ୍ରମରେ ବୌଦ୍ଧ ବନାଞ୍ଚଳ ର ସମସ୍ତ କର୍ମଚାରି ସମ୍ପୂର୍ଣ ସହଯୋଗ କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ଶ୍ରୀ ଘୋଷ ଧନ୍ୟ ବାଦ ଅର୍ପଣ କରି କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ।
Post a Comment