ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ରକ। ; ହୁତୁ ହୁତୁ ହୋଉ ଜଳିଲା ପିଚୁ


ହରଭଙ୍ଗା : (ସୁଶାନ୍ତ କୁମାର ବେହେରା) ୫୭ନଂ ଜାତୀୟ ରାଜପଥ ରେ ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ରକ। ସୂଚନା ଅନୁଯାଇ ୫୭ନଂ ଜାତୀୟ ରାଜପଥ  ଦଶପଲ୍ଲା ପଟୁ AP 31TF6995ନମ୍ବର ଥିବା  ଏକ ପିଚୁ ବୋଝେଇ ଟ୍ରକ ବୌଦ୍ଧ ଅଭିମୁଖେ ଯାଉଥିବା ସମୟରେ ହରଭଙ୍ଗା ବ୍ଲକ ଚାରିଛକ ନିକଟବର୍ତ୍ତୀ ମାର୍ଡିଙ୍ଗ ଠାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା!ଫଳରେ ବୋଝଇ ହୋଇଥିବା ପିଚୁ ହୁତୁହୁତୁ ହୋଇ ଜଳୁଥିବାର ଦେଖିବାକୁ ମିଳିଥିଲା!ଚାରିଛକ ଅଗ୍ନିଶମ ବାହିନୀ ଖବର ପାଇଁ ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କରିବା ସହିତ ଚାଳକ ସାମାନ୍ୟ ଆହତ ଥିବାରୁ ଚାଳକଙ୍କୁ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।

Post a Comment

Previous Post Next Post