ସୋନପୁର (ସର୍ଜନ କୁମାର ପାଣ୍ଡେ) ଓଡିଶା ରେ ହେଉଥିବା ହକି ବିଶ୍ୱକପ ଉପଲକ୍ଷେ ବାହାରିଥିବା ହକି ରଥ ବିଭିନ୍ନ ବ୍ଲକ ଦେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରେ ପହଂଚିଛି । ଡୁଙ୍ଗୁରିପାଲି ଜଗନ୍ନାଥ ମନ୍ଦିର ଠାରେ ସ୍ୱାଗତ କରିବା ସହ ଜଗନ୍ନାଥ ମହାପ୍ରଭୁ ଙ୍କ ଠାରେ ପୂଜା ଅର୍ଚ୍ଚନା କରି ସହର ପରିକ୍ରମା କରାଯାଇଥିଲା । ଏହି ହକି ରଥ ରାଲି ରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଅର୍ଥ ଓ ସଂସଦୀୟ ମନ୍ତ୍ରୀ ତଥା ଆମ ସୋନପୁର ବିଧାୟକ ଶ୍ରୀଯୁକ୍ତ ନିରଞ୍ଜନ ପୁଜାରୀ ମହୋଦୟ, ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷ୍ୟା ସୁପାର ଠେଲା, ଡୁଙ୍ଗୁରିପାଲି ବ୍ଲକ ଅଧ୍ୟାକ୍ଷ୍ୟା ଅହଲ୍ୟା ସାହୁ ଉପାଧ୍ୟକ୍ଷ ବେଲାର ସାହୁ, ସ୍ଥାନୀୟ ସରପଞ୍ଚ ଚିତ୍ତରଞନ ମିଶ୍ର,ଉପଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିପୁରା ମହାନନ୍ଦ ଏବଂ ସ୍ଥାନୀୟ ବିଭିନ୍ନ ସମାଜସେବୀ ସଂଗଠନ, ସ୍କୁଲ କଲେଜ ଛାତ୍ର ଛାତ୍ରୀ ଯୋଗ ଦେଇ ଥିଲେ । ଡୁଙ୍ଗୁରିପାଲି ଜଗନ୍ନାଥ ମନ୍ଦିର ରୁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପର୍ଯ୍ୟନ୍ତ ଯାଇଥିଲା ତାପରେ ବୈଦୁପାଲି, ଚେରୁପାଲି, ଶୁଖା, କର୍ଲାଯୁରି, ଇଚ୍ଛାପୁର ପଞ୍ଚାୟତ ପର୍ଯ୍ୟନ୍ତ ଯାଇଥିଲା ।

Post a Comment