ବସ୍ତା ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ପରାକ୍ରମ ଦିବସ ପାଳିତ


ବାଲେଶ୍ବର (ପ୍ରଭାକର ମଲ୍ଲିକ) ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜନ୍ମଦିନ କୁ ବସ୍ତାରେ "ପରାକ୍ରମ ଦିବସ " ରୁପେ ମହା ସମାରୋହ ରେ ପାଳିତ କରାଯାଇଛି।
 ଏହି ଉପଲକ୍ଷେ ବସ୍ତା ବିବେକାନନ୍ଦ ଶିକ୍ଷାକେନ୍ଦ୍ର ରେ ଏକ ଜୟନ୍ତୀ ସଭା ପ୍ରଧାନାଚାର୍ଯ୍ଯ ଶ୍ରୀପତି ପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ନେତାଜୀଙ୍କ ସହ ବୀର ସୁରେନ୍ଦ୍ର ସାଏ ଓ ରାଷ୍ଟ୍ରଭକ୍ତ ସଦାନନ୍ଦ ପାନ୍ତଓଆଣେ ଙ୍କ ଜନ୍ମଦିନରେ ସମସ୍ତଙ୍କ ପାଇଁ ସ୍ମୃତି ଚାରଣ କରାଯାଇ ଥିଲା। ଛାତ୍ରୀ ଅନନ୍ଯା ଘୋଷ,ଅପୂର୍ବା ପରିଡା ଓ ନବଜ୍ଯୋତି ରାଉଳ ବୀରଗାଥା ଗାନ କରିଥିଲେ। ଶରତ ଗୁରୁଜୀ, ନମିତା ଓ ପୁଷ୍ପ ଗୁରୁମା ବକ୍ତବ୍ଯ ପ୍ରଦାନ କରିଥିଲେ। ମୁଖ୍ଯ ବକ୍ତା ଭାବେ ସମାଜସେବୀ ଶ୍ୟାମାପ୍ରସାଦ ବେହେରା ଯୋଗଦେଇ ବିର ସୁରେନ୍ଦ୍ର ସାଏ ଓ ସୁବାଷଚନ୍ଦ୍ର ବୋଷ ଆତ୍ମଜିବନୀ ବିଷୟରେ ବର୍ଣ୍ଣନା କରିଥିଲେ । ପ୍ରଶାନ୍ତ ଗିରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Post a Comment

Previous Post Next Post