୨୧ତମ ଦିନିକିଆ ଭଲିବଲ ଟୁର୍ନାମେଣ୍ଟ ଉଦଯାପିତ। :। ଫାଇନାଲ ରେ ରାମଗଡ ମା ବାଉରୀ ଭଲିବଲ କ୍ଳବ ବିଜୟୀ


ହରଭଙ୍ଗା (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ହାଇସ୍କୁଲ ଖେଳ ପଡିଆରେ ରବିବାର ଦିନ ମା ବୁଢ଼ୀ ବାଉରୀ ଭଲିବଲ କ୍ଳବ ରାମଗଡ ଆନୁକୂଲ୍ୟରେ ଏକ ଦିନିଆ ଭଲିବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଖେଳ ରେ ବୌଦ୍ଧ ଜିଲ୍ଲାର ପୁରୁଣାକଟକ, ବୁଟୁପାଲି, ରାଜନପାଲି, ବନ୍ଧାପଥର, ତେଲିବନ୍ଧ, ଜହ୍ନପଙ୍କ,ଛତ୍ରଙ୍ଗ ଓ ରାମଗଡ଼ ରୁ ୪ଗୋଟି ଦଳ ଆଦି ୧୦ଗୋଟି ଦଳକୁ ନେଇ ଦିନ ୧୦ଟାରୁ ରାତ୍ରି ୯ଘଣ୍ଟା ପର୍ଯ୍ୟନ୍ତ ଖେଳ ଚାଲୁରହିଥିଲା!ଫାଇନାଲ ରେ ରାମଗଡ ମା ବୁଢ଼ୀ ବାଉରୀ କ୍ଳବ ସହିତ ତେଲିବନ୍ଧ ସହିତ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇଥିଲା। ଗୋଟିଏ ସେଟ ଖେଳ ପାଇଁ ୧୫ମିନିଟ ନିର୍ଦ୍ଧାରିତ ସମୟ ଦିଆଯାଇଥିଲା।

ପ୍ରଥମ ସେଟ ରେ ରାମଗଡ ଦଳ ୧୦/୪ ପଏଣ୍ଟ ରେ ଆଗୁଆ ଥିବାବେଳେ ୨ୟ ସେଟରେ ୬/୧ ପଏଣ୍ଟ ରେ ଆଗୁଆ ହୋଇ ବିଜୟୀ ଲାଭ ହୋଇଥିଲା। ଏହି ଖେଳରେ ମୁଖ୍ୟଅତିଥି ଭାବେ ରାମଗଡ ସରପଞ୍ଚ ପ୍ରବାସିନୀ ଯୋଶୀ, ସମ୍ମାନିତ ଅତିଥି ଭାବେ ତିଲେଶ୍ୱର ହାଇସ୍କୁଲ ର ପୂର୍ବତନ ଶିକ୍ଷକ ଲଡ଼ୁ କିଶ୍ବର ମିଶ୍ର, ପୂର୍ବତନ ଶିକ୍ଷକ ବୀରେନ୍ଦ୍ର ବାରିକ ଉପସ୍ଥିତ ରହିଥିଲେ। ବିଜୟୀ ଓ ପରାଜିତ ଦଳ କୁ ଟ୍ରଫି ସହିତ ଅର୍ଥ ରାଶି ଶିକ୍ଷକ ରଜନୀ କାନ୍ତ ବାରିକ ପ୍ରଦାନ କରିଥିଲେ। ଏହି ଖେଳକୁ ଚିତ୍ତରଞ୍ଜନ ଭୋକ୍ତା ଖେଳ ପରିଚାଳନା କରିଥିବା ବେଳେ, ବିଜୟ ଦେହୁରୀ, ରଞ୍ଜନ ସେଠି, ଯୁବ ସାମ୍ବାଦିକ ସୁଶାନ୍ତ କୁମାର ବେହେରା, ଅବନୀ ବାରିକ, ଙ୍କ ସମେତ ମା ବୁଢ଼ୀ ବାଉରୀ ଭଲିବଲ କ୍ଳବ ର ସମସ୍ତ ସଦସ୍ୟ ଖେଳରେ ସହାଯ୍ୟ କରିଥିଲେ।

Post a Comment

Previous Post Next Post