ଭାରତୀୟ ଜନତା ପାର୍ଟି ର ପୁରୁଣାକଟକ ମଣ୍ଡଳ ସ୍ତରୀୟ ପ୍ରବାସ ବୈଠକ


ହରଭଙ୍ଗା :(ସୁଶାନ୍ତ କୁମାର ବେହେରା). ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ମଣ୍ଡଳ ସ୍ତରୀୟ ଭାରତୀୟ ଜନତା ପାର୍ଟି ର ପ୍ରବାସ ବୈଠକ ଆଜି ପୁରୁଣାକଟକ କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି, କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ କହେଁଇ ଚରଣ ଡାଙ୍ଗ,୪ନଂ ଜୋନ ବିଜେପି ଜିଲ୍ଲା ପରିଷଦ ଇଂ. ରାକେଶ ତ୍ରିପାଠୀ, ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସୁଶାନ୍ତ ପ୍ରଧାନ, ଅରୁଣ ସାହୁ ସୂର୍ଯ୍ୟ ନାରାୟଣ ମିଶ୍ର, ମାଗୁଣି ଗାଈଗୋଉରିଆ, ସଚ୍ଚିଦାନନ୍ଦ ଦଲାଲ, ପୁରୁଣା କଟକ ମଣ୍ଡଳ ପ୍ରଭାରୀ ବାମନ ବାରିକ ଆଦି ତୁଙ୍ଗ ବିଜେପି ନେତା ଙ୍କ ସମେତ ମଣ୍ଡଳ ସ୍ତରୀୟ ଶହଶହ ବିଜେପି କର୍ମ କର୍ତ୍ତା ଯୋଗଦେଇ ପ୍ରଥମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜନ୍ମଦିନ ଅବସରରେ ମହାପୁରୁଷ ମାନଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ୨୦୨୪ନିର୍ବାଚନ କୁ ଆଖିଆଗରେ ରଖି ଗାଁ ଗାଁ କୁ ବିଜେପି ର ପଦଯାତ୍ରା କରି ଜନତାଙ୍କ ସୁଖ ଦୁଃଖରେ ଭାଗନେବା ସହିତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଜି ଙ୍କ ସ୍ୱଚ୍ଛ ନିର୍ମଳ ଶାସନ ଓ ଯୋଜନା ଗୁଡିକ ବୁଝାଇ ବାକୁ ଆଲୋଚନା କରାଯାଇଥିଲା!ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ମହା ଘୋଟଲା ର ତୀବ୍ର ବିରୋଧ ରେ ଆସନ୍ତା ୨୫ତାରିଖ ହରଭଙ୍ଗା ବ୍ଲକ ଘେରାଉ କରି ଉପଯୁକ୍ତ ହିତାଧିକାରୀ ଙ୍କ ନିଜ ହକ ଛଡାଇ ଆଣିବାକୁ ନିଷ୍ପତି ନିଆଯାଇଥିଲା। ସେହିଭଳି ଭାବେ ପର୍ଯ୍ୟାୟ କ୍ରମେ ବୌଦ୍ଧ ଓ କଣ୍ଟlମାଳ ବ୍ଲକ ଅଫିସ ଘେରାଉ କରାଯିବ ବୋଲି ସଭାପତି ମହାନ୍ତି ସୂଚନା ଦେଇଛନ୍ତି।

Post a Comment

Previous Post Next Post