ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ନଟାକଟା ପଞ୍ଚାୟତ ଅନ୍ତର୍ଗତ ବେଲା - ଖଣ୍ଡପସା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୩ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରସ୍ବତୀ ପ୍ରଧାନଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ବେଣୁଧର ଚାନ୍ଦ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଶିକ୍ଷକ ଚୈତନ ସାହୁ, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ପ୍ରଭାକର ଧଳ,ପ୍ରାକ୍ତନ ଶିକ୍ଷକ ବସନ୍ତ କୁମାର ପାତ୍ର ଓ ପରିଚାଳନା କମିଟିର ସଭାପତି ସୁଧାକର ଚାନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ପୁରସ୍କାର ଵିତରଣୀ ସଭାରେ ବିଭିନ୍ନ ପ୍ରତି ଯୋଗିତାରେ ଭାଗନେଇ କୃତିତ୍ବ ହାସଲ କରିଥିବା ୯୦ ଜଣ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇ ଥିଲା ବେଳେ ବିଦ୍ୟାଳୟର ୨୦୨୨/୨୩ ବର୍ଷର ଶ୍ରେଷ୍ଠ ପଡୁଥିବା ୮ମ ଶ୍ରେଣୀ ଛାତ୍ର ପ୍ରଭଞ୍ଜନ ଦାସ ଓ ଲକ୍ଷ୍ମୀପ୍ରିୟା ଚାନ୍ଦ ଛାତ୍ରୀଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା।ଶିକ୍ଷୟତ୍ରୀ ଅଞ୍ଜୁବଳା କର ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସହକାରୀ ଶିକ୍ଷକ ଉମାକାନ୍ତ ପଣ୍ଡା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ। ଶିକ୍ଷୟତ୍ରୀ ନୟନ ପ୍ରଭା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ଲକ୍ଷ୍ମଣ ସରେନା,ଶିକ୍ଷୟତ୍ରୀ ଦିପ୍ତିବାଳା ସାମଲ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।

Post a Comment