ରାଜ୍ୟ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ମହାସଂଘର କାର୍ଯ୍ୟବନ୍ଧ ଆନ୍ଦୋଳନ ଡାକରା ସହ ପ୍ରେସ ଇସ୍ତାହାର ।


ନୂଆପଡା,(ରିଖିରାମ ଦଲ) ନୂଆପଡା ଜିଲ୍ଲା ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଓଡିଶା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ତୃଣମୂଳ ସ୍ତରରେ କାର୍ଯ୍ୟରତ କୋଡିଏ ହଜାର ପ୍ରାୟ ଦଶ ହଜାର ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ମହିଳା, ପାଞ୍ଚ ହଜାର ପୁରୁଷ ଏବଂ ପ୍ରାୟ ପନ୍ଦର ଶହ ସ୍ୱାସ୍ଥ୍ୟ ପରିଦର୍ଶକ ପୁରୁଷ ଓ ବାର ଶହ ମହିଳା ସ୍ୱାସ୍ଥ୍ୟ ପରିଦର୍ଶୀକା ଦୀର୍ଘ ଦିନ ଧରି ସେମାନଙ୍କର ନ୍ୟାର୍ଯ୍ୟ ଦାବୀ ଯଥା କ୍ୟାଡର ପୁନର୍ଗଠନ ପ୍ରକ୍ରିୟାରେ ସରକାର ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି. ସେହି ଅସନ୍ତୋଷର ନିଆଁ ପରୋକ୍ଷ ଭାବରେ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେଉଛନ୍ତି. ପ୍ରତ୍ୟେକ ସରକାରୀ କର୍ମଚାରୀ ନିଜର ଚାକିରୀ କାଳରେ 4ରୁ 8ଟି ପଦୋନ୍ନତି ପାଇଥିବା ବେଳେ ଏହି ବହୁମୁଖୀ ସ୍ୱାସ୍ଥ୍ୟକର୍ମୀମାନେ ମାତ୍ର ଗୋଟିଏ ପଦୋନ୍ନତି ବା କେହି କେହି ବିନା ପଦୋନ୍ନତିରେ ଚାକିରୀରୁ ଅବସର ନେଇଛନ୍ତି.

ଭିଓ -  ମାନବ ସେବା ହିଁ ମାଧବ ସେବା ହେଉଛି ପ୍ରତ୍ୟେକ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ଲକ୍ଷ୍ୟ. ସେମାନଙ୍କ ଯୋଗୁଁ ସମାଜ ସୁସ୍ଥ ଓ କଲ୍ୟାଣ ହୋଇ ରହୁଛି. କିନ୍ତୁ ପରିତାପର ବିଷୟ ଏହି କି ସେମାନଂକୁ ରାଜ୍ୟ ସରକାର ଅଣଦେଖା କରି ସେମାନଂକୁ ଚାକରି ସତ୍ତାବଳୀ ଅନୁଯାଇ ଦରମା ଓ ନିୟମିତ କରୁନାହାନ୍ତି. ସେମାନେ କରୋନା ମହାମାରୀ ସମୟରେ ରାଜ୍ୟରେ ବା ଦେଶରେ ଜୀବନ ରକ୍ଷକ ସାଜିଥିଲେ. ତେଣୁକରି ରାଜ୍ୟ ସରକାରଙ୍କ ନିକଟରେ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ମହାସଂଘ ତରଫରୁ ମୁଖ୍ୟ ପାଞ୍ଚ ଦଫା ଦାବୀ ପ୍ରଦାନ କରିଛନ୍ତି. ଦାବୀ ଗୁଡିକ ହେଉଛି -

1. ବିଭିନ୍ନ ବିଭାଗ ଅଧୀନରେ ଥିବା ସମସ୍ତ କର୍ମଚାରୀ ପରି ଆମ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀମାନଙ୍କ କ୍ୟାଡର ପୁନରଗଠନ କରି ଚାକିରୀ କାଳରେ ସର୍ବନିମ୍ନ ୪ଟି ପଦୋନ୍ନତି ଦିଆଯାଉ.

2. ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତା.୦୩-୧୧-୨୦୨୨ରିଖରେ ପ୍ରକାଶିତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗ୍ରେଡ଼ ପେ ୪୨୦୦-୪୮୦୦ ଆରଏ ସିପି ଆକାରରେ ପ୍ରଦାନ କରାଯାଉ.

3. ଠିକା ବ୍ୟବସ୍ଥା ଉଚ୍ଛେଦ କରି ଆର ଭି ଆକ୍ଟ ୨୦୦୪-୨୦୧୪ ଅନୁଯାଇ ନିଯୁକ୍ତି ଦିଆଯାଉ.

4. ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ, ପରିଦର୍ଶକ ପଦବୀର ନାମ ପରିବର୍ତନ କରାଯାଉ.

5. ପୋଷାକ ଭତ୍ତା ଆକାରରେ ବାର୍ଷିକ ୫୦୦୦ଟଙ୍କା ପ୍ରଦାନ କରାଯାଉ.

ଉପରୋକ୍ତ ଦାବୀଗୁଡିକ ଯଥାଶୀଘ୍ର ପ୍ରଦାନ କରା ନ ଗଲେ ଆଗାମୀ ଦିନରେ କାର୍ଯ୍ୟବନ୍ଧ ଡାକରା ସହ ରାଜ୍ୟବ୍ୟାପି ଆନ୍ଦୋଳନ କରାଯିବ ବୋଲି ରାଜ୍ୟ ବହୁମୁଖୀ ସ୍ୱାସ୍ଥ୍ୟକର୍ମଚାରୀ ମହାସଂଘ ତରଫରୁ ଘୋଷଣା କରିଛନ୍ତି.।

Post a Comment

Previous Post Next Post