ପୁରୁଣା କଟକ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୫୮ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ହାଇସ୍କୁଲ ପଡିଆରେ ୨ଦିନିଆ ପୁରୁଣାକଟକ ହାଇସ୍କୁଲ ତରଫରୁ ୫୮ତମ ବାର୍ଷିକ କ୍ରୀଡା ମହୋତ୍ସବ ଉଦଘାଟିତ ହୋଇଯାଇଛି!ଆଜି ସକାଳେ ଇଷ୍ଟଦେବୀ ମା ଭୈରବୀ ଙ୍କ ପୀଠରୁ ଦିବ୍ୟ ଜ୍ୟୋତି ଆସି ପଡିଆରେ ପହଞ୍ଚିବା ପରେ ପୂଜାକାର୍ଯ୍ୟ କରାଯାଇ ସ୍ଥାନୀୟ ସରପଞ୍ଚ ଅଶୋକ କୁମାର ସେଠି ଙ୍କ କରକମଳରେ ଖେଳ ର ପତାକା କୁ ଶୁଭାରମ୍ଭ କରାଯାଇଥିଲା!ମୁଖ୍ୟ ଅତିଥି ଭାବେ ସରପଞ୍ଚ ଅଶୋକ କୁମାର ସେଠି, ସମ୍ମାନିତ ଅତିଥିଭାବେ ସଲିଲ କୁମାର ଭୋକ୍ତା ଆଲୁମିନି ସଭାପତି, ସୁରେନ ପ୍ରଧାନ ଆଲୁମିନି ସଭ୍ୟ, ବିଦ୍ୟାଧର ଖୁଣ୍ଟିଆ SMDC ସଭ୍ୟ ଉପସ୍ଥିତ ରହିବା ବେଳେ ସ୍କୁଲ ର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମଲ୍ଲିକ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ଖେଳ ରେ ସହଯୋଗ କରିଥିଲେ!ଏହି ବାର୍ଷିକ କ୍ରୀଡା ଉତ୍ସବ ରେ ଦୌଡ଼, ହାଇ ଜମ୍ପ, ଲଙ୍ଗ ଜମ୍ପ, ଖୋକ, ସଟପୁଟ,ଆଦି ଖେଳ ହୋଇଥିବା ବେଳେ ଆସନ୍ତା କାଲି କ୍ରୀଡା ଉତ୍ସବ ଉଦଯାପିତ ହେବl ସହିତ କୃତି ଛାତ୍ର ଛାତ୍ରୀ ଙ୍କୁ ସମ୍ମାନିତ କରାଯିବ ବୋଲି ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି।


Post a Comment

Previous Post Next Post