ଅଙ୍ଗନୱାଡ଼ି କର୍ମୀ ମାନଙ୍କ ଦ୍ଵାରା ବିଧାୟକ ଙ୍କୁ ଦାବିପତ୍ର ପ୍ରଦାନ


କଣ୍ଟାବାଞ୍ଜି : (ଆଜତକ୍ ଓଡ଼ିଶା)  ଭାରତୀୟ ମଜଦୂର ସଂଘ ସଂଲଗ୍ନ ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିସ ୱାର୍କର୍ସ ଆସୋସିଏସନ୍ ତରଫରୁ ଅଙ୍ଗନୱାଡ଼ି କର୍ମୀ ମାନଙ୍କ ଦୀର୍ଘ ଦିନର ପୂରଣ ହେଇ ନ ଥିବା ଦାବୀପତ୍ର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ପ୍ରଦାନ କରାଯାଇଛି।ଯେଉଁଥିରେ ଉଲ୍ଲେଖ ରହିଛି ଜେ ୨୦୧୮ ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା ଅଙ୍ଗନୱାଡି କର୍ମୀ ମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରାଯାଉ , ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ସରକାରି ମାନ୍ୟତା ପ୍ରଦାନ କରାଯାଉ, ଯେତେ ଦିନ ପର୍ଯ୍ୟନ୍ତ ମାନ୍ୟତା ଦିଆ ଯାଉ ନାହିଁ ସେତେଦିନ ପର୍ଯ୍ୟନ୍ତ କର୍ମୀ ମାନଙ୍କୁ ମାସିକ ୧୮୦୦୦ ଓ ସହାୟିକା ମାନଙ୍କୁ ୯ ହଜାର ଟଙ୍କା ପ୍ରଦାନ କରାଯିବା ସହିତ ଇପିଫ ଏବଂ ଗ୍ରଚୁଇଟି ରେ ସାମିଲ କରାଯାଉ ,ମିନି ଅଙ୍ଗନୱାଡି ଉଚ୍ଛେଦ କରି ମିନି ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ମୂଖ୍ୟ ଅଙ୍ଗନୱାଡି କର୍ମୀ ମାନ୍ୟତା ଦିଆଯାଉ ,ଅଙ୍ଗନୱାଡ଼ି କର୍ମୀ, ମିନି ଅଙ୍ଗନୱାଡି କର୍ମୀ ଓ ସହାୟିକା ମାନଙ୍କୁ ଅବସରକାଳୀନ ସହାୟତା ରାଶି ୫ ଲକ୍ଷ୍ୟ ଟଙ୍କା ଓ ମାସିକ ପେନସନ ୫ ହଜାର ଟଙ୍କା ପ୍ରଦାନ କରାଯାଉ, କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ବରଣ କଲେ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ୫ ଲକ୍ଷ୍ୟ ଟଙ୍କା ପ୍ରଦାନ କରାଯିବା ସହ ପରିବାର ର ଜଣକୁ ଚାକିରି ପ୍ରଦାନ କରାଯାଉ, ଗାଁ କଲ୍ୟାଣ ସମିତି ରୁ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ବାଦ ଦିଆଯାଉ ଓ ପୋଷଣ ଟ୍ରାକ ରେ ଅନଲାଇନ୍ ଲୋକେଶନ କୁ ବନ୍ଦ୍ କରାଯିବା ସହିତ ୨୦୧୮ ରେ ଘୋଷଣା କରାଯାଇଥିବା ଗ୍ରୀଷ୍ମ ଅବକାଶ କୁ ଲାଗୁ କରାଯାଉ ,ନୂତନ ଶିକ୍ଷା ନୀତିରେ ଅଭିଜ୍ଞତା ଓ ଯୋଗ୍ୟତା ଆଧାରରେ ବୟସ ସୀମା ନରଖି ସମସ୍ତ ଅଙ୍ଗନୱାଡି କର୍ମୀ ମାନଙ୍କୁ ପ୍ରି ପ୍ରାଇମେରୀ ଶିକ୍ଷୟତ୍ରୀ ମାନ୍ୟତା ପ୍ରଦାନ କରାଯାଉ, ୫୦ ଶତକଡା ଅଙ୍ଗନୱାଡ଼ି କର୍ମୀ ଙ୍କୁ ପଦୋନ୍ନତି ଦିଆ ଯାଉଥିବା ବେଳେ ଆଉ ୫୦ ଶତକଡା ସ୍ନାତକ ଓ ତଦୁର୍ଦ୍ଧ୍ବ ଅଙ୍ଗନୱାଡ଼ି କର୍ମୀ ମାନ ଙ୍କୁ ସୁପରଭାଇଯର ପଦବୀରେ ପଦୋନ୍ନତି କରାଯାଉ । ଏହି ସବୁ ଦାବୀ ପତ୍ର ରେ ଉଲ୍ଲେଖ ରହିଛି। ଏହି ଦାବୀ ପତ୍ର ପ୍ରଦାନ କରିବା ସମୟରେ ଅଙ୍ଗନୱାଡ଼ି କର୍ମୀ ଗୀତାଞ୍ଜଳି ସବର, ଅରୁନ୍ଧତୀ ଭୋଇ, ବେଦମତି ଭୋଇ, ସଂଗୀତା ମହାନ୍ତି, କୁମଦିନି ବେହେରା, ବିଜୟ ଲକ୍ଷ୍ମୀ ଦାସ, ତୁଲେଶ୍ୱରି ନାୟକ , ବିଜୟିନୀ ପଣ୍ଡା ଏବଂ ଯୋତିର୍ମୟୀ ବାଗ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post