ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ ସ୍ନାତକ ମହାବିଦ୍ୟାଳୟରେ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୁଲ୍ୟରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କଲେଜର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ପୂର୍ଣ୍ଣେନ୍ଦୁ ତ୍ରିପାଠୀ ଯୋଗ ଦେଇଥିଲେ । କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣିଆ ସଭାପତିତ୍ବ କରିଥିଲେ।ମୁଖ୍ୟ ଅତିଥି ଓଡ଼ିଆ ଭାଷା ର ଗୁରୁତ୍ଵ ବର୍ଣ୍ଣନା କରିବା ସହିତ ଛାତ୍ରଛାତ୍ରୀ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।ସଭାରେ ଓଡ଼ିଆ ବିଭାଗ ର ମୁଖ୍ୟ ଅଧ୍ୟାପିକା ଡଲି ବେହେରା ଛାତ୍ରଛାତ୍ରୀ ମାନଙ୍କ ସଫଳ କାମନା କରିବା ସହିତ ତାଙ୍କୁ ମାର୍ଗଦର୍ଶନ କରିଥିଲେ। ସମ୍ମାନିତ ଅତିଥି ଭାବେ ଇତିହାସ ବିଭାଗର ମୁଖ୍ୟ ଲଳିତ କୁମାର ମେହେର, ଶିକ୍ଷା ବିଭାଗର ମୁଖ୍ୟ ସୁଷମାରାଣୀ ବହିଦାର, ଇଂରାଜୀ ବିଭାଗର ମୁଖ୍ୟ ଡକ୍ଟର ପ୍ରମୋଦ କୁମାର ମହାପାତ୍ର, ଅଧ୍ୟାପକ ରଞ୍ଜିତ କୁମାର ସାମଲ,ଅଧ୍ୟାପକ ସୁରେଶ୍ଵର ଯୋଶୀ,ଅଧ୍ୟାପକ ଆଶିଷ ଦାସ ଏବଂ ଅଧ୍ୟାପିକା ପୂଜାରାଣି ଦେଓ ଯୋଗ ଦେଇଥିଲେ। ଅଧ୍ୟାପିକା ଶୁଭ୍ରା ମଲ୍ଲିକା ପ୍ରଧାନ ସ୍ବାଗତ ଅଭିଭାଷଣ ରଖିଥିଲେ।ଛାତ୍ର ଚିଣ୍ଟୁ ଦଳେଇ ଓ ଛାତ୍ରୀ ପ୍ରିୟଙ୍କା ସାହୁ ମଞ୍ଚ ପରିଚାଳନା କରିଥିଲେ। ଶେଷ ବର୍ଷର ଛାତ୍ର ଅମରେଶ୍ୱର ମହାକୁଡ଼,ରତିକାନ୍ତ ପ୍ରଧାନ,ଦିବାକର ମହାକୁଡ଼,ଆନନ୍ଦ ପଣ୍ଡା, ଅଲମନ୍ ସେଠୀ ଏବଂ ସରୋଜ ସାହୁ ସହଯୋଗ କରିଥିଲେ। ଶେଷରେ ଦ୍ୱିତୀୟ ବର୍ଷର ଛାତ୍ରୀ ଅର୍ପିତା ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

Post a Comment