ମକରମେଳା ପାଇଁ ପ୍ରସ୍ତୁତି ବୈଠକ : ଜାନୁଆରୀ ରେ ତିନିଦିନ ଧରି ଚଳିବ ଏହି ମହା ଯଜ୍ଞ


ହରଭଙ୍ଗା : (ସୁଶାନ୍ତ କୁମାର ବେହେରା) ହରଭଙ୍ଗା ବ୍ଲକ ଧଳପୁର ପଂଚାୟତ ସାକୁସିଙ୍ଗା ଗ୍ରାମସ୍ଥିତ ବାବା ବିଶ୍ୱନାଥ ଙ୍କ ପୀଠରେ ବିଶ୍ୱସାନ୍ତୀ ମହାଯଜ୍ଞ ମକରମେଳା ଚଳିତ ବର୍ଷ ୧୫ତମ ପାଳନପାଇଁ ମନ୍ଦିର ପ୍ରାଙ୍ଗଣରେ କମିଟିର ସଭାପତି ବାଲ୍ମୀକି ପଣ୍ଡା ଙ୍କ ଅଧକ୍ଷତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି!ଉକ୍ତ ବୈଠକ ରେ ପ୍ରତିଷ୍ଠାତା ଗଙ୍ଗାଧର ଦାସ ଯୋଗ ଦେଇଥିବା ବେଳେ ଧଳପୁର, ତେନ୍ତୁଳିପଦର, ଖରସଂକୁଲୋଇ, ଶଶିପୁର, ପରମାନନ୍ଦପୁର, ସାକୁସିଙ୍ଗା, ପଲସାକୁଟୁଣି,ଦୁର୍ଗାପୁର, ବେଲପଦର ଆଦି ଗ୍ରାମରୁ ଶତାଧିକ ଜଗନ୍ନାଥ ଦଳର ଭକ୍ତ ଯୋଗଦେଇଥିଲେ!ସୁପରିଚାଳନା ପାଇଁ ବିଭିନ୍ନ ବିଭାଗ ବଣ୍ଟନ ହେବା ସହିତ ଗୋ ସେବା, ସାଧୁସେବା, ପ୍ରବଚନ, ଅନ୍ନ ଦାନ, ବସ୍ତ୍ର ଦାନ, ନାମ ଯଜ୍ଞ, ସାଧୁ ସମ୍ମିଳନୀ, କାର୍ଯ୍ୟକ୍ରମ କରାଯିବାର ନିଷ୍ପତି ନିଆଯାଇଥିଲା!ବୈଠକରେ ମୁଖ୍ୟତଃ ମନ୍ଦିର ପୂଜକ ନିରଞ୍ଜନ ଦାସ, ଲଡ଼ୁ କିଶ୍ବର ଡାଙ୍ଗ, ଧ୍ରୁବ ଚରଣ ପାତ୍ର, ଗଙ୍ଗାଧର ସାହୁ, ଅରୁଣ ବାରିକ, ଅଶୋକ ମହାକୁଡ଼, ପୂର୍ବତନ ସରପଞ୍ଚ ପ୍ରଣବ ବାରିକ, ରଂଜିତ ମହାକୁଡ଼, ଧୋବେଇ ବାବା, ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଗିରିଶ ଭୋକ୍ତା ଧନ୍ୟବାଦ ଅର୍ପଣ କରିଥିଲେ!ଆସନ୍ତା ଜାନୁଆରୀ ୧୨,୧୩,ଓ ୧୪ତାରିଖ ତିନିଦିନ ଧରି ଏହି ମହା ଯଜ୍ଞ କରାଯିବ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଯାଇଛି।

Post a Comment

Previous Post Next Post