ଷଷ୍ଠ ଗଡାଜାତ ମହୋତ୍ସବ ଉଦଘାଟିତ, ସମ୍ବଲପୁରୀ ନାଚରେ ଦୁଲୁକିଲା ମଞ୍ଚ


ବୌଦ୍ଧ (ହୃଦାନନ୍ଦ ମେହେର) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୁର ସାଧୁଚରଣ ଖେଳପଡିଆ ଠାରେ ଆଜି ବହୁ ପ୍ରତିକ୍ଷୀତ ଷଷ୍ଠ ଗଡଜାତ ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି । ପ୍ରଥମେ ବିରାମଚନ୍ଦ୍ର ପୁର ଗ୍ରାମ ସ୍ଥିତ ବାବା ସୁବର୍ଣ୍ଣ ମେରୁ ପୀଠରୁ ଦିବ୍ୟ ଜ୍ୟୋତି ଆସି ମହୋତ୍ସବ ପଡିଆରେ ପହଂଚିଲା ପରେ ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀ ଓ ଜଗତର ନାଥ ଜଗନ୍ନାଥ ଙ୍କ ଠାରେ ମଂଚାସୀନ ଅତିଥି ଗଣ ପୂଜାର୍ଚନା କରାଯାଇଥିଲେ । ପ୍ରଥମ ସନ୍ଧ୍ୟାର ମୁଖ୍ୟ ଅତିଥି ଭାବେ ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀ କାନ୍ତ ସାହୁ, ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର,ଗଞ୍ଜାମ ଜିଲ୍ଲା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁରଜ ପ୍ରଧାନ ଉପସ୍ଥିତ ରହିଥିଲେ । ଦୁଃଖିଶ୍ୟାମ ଗାଈଗଉରିଆ ମଞ୍ଚ କାର୍ଯ୍ୟକ୍ରମ ରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମହୋତ୍ସବ ଆଜି ୧୫ ତାରିଖ ରୁ ୧୯ତାରିଖ ପଯ୍ୟନ୍ତ ଚାଲୁ ରହିବ । ପ୍ରଥମ ଦିନ ସନ୍ଧ୍ୟା ରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ରେ ସମ୍ବଲପୁରୀ ଲୋକ ଗୀତ ଦର୍ଶକ ଙ୍କୁ ମୁଗ୍ଧ କରିଥିଲା ତା ସହିତ ଲୋକ ନୃତ୍ୟ ଓ ଲୋକ ବାଦ୍ୟ 

Post a Comment

Previous Post Next Post