ତିଲେଶ୍ୱର ବଣିକ ସଙ୍ଘର କର୍ମକର୍ତ୍ତା ଚୟନ : ଅର୍ଜୁନ ସଭାପତି ଓ ପ୍ରଶାନ୍ତ ସମ୍ପାଦକ ମନୋନୀତ


ହରଭଙ୍ଗା (ସୁଶାନ୍ତ କୁମାର ବେହେରା) :- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ବଣିକ ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାର୍ଷିକ ଆୟବ୍ୟୟ ବିବରଣୀ ପୂର୍ବତନ କର୍ମକର୍ତା ଉପସ୍ଥାପନ କରିଥିଲେ । ପରେ ନୂତନ କର୍ମକର୍ତ୍ତା ଚୟନ ପାଇଁ ଆଲୋଚନା ହୋଇଥିଲା । ସର୍ବସମ୍ମତି କ୍ରମେ ଅର୍ଜୁନ ପ୍ରଧାନଙ୍କୁ ସଭାପତି, ମହେଶ୍ୱର ମହାପାତ୍ର ଉପସଭାପତି, ପ୍ରଶାନ୍ତନନ୍ଦ ବେହେରା ସମ୍ପାଦକ, ଭଗବାନ ଷଡଙ୍ଗୀ ସହ ସମ୍ପାଦକ, ଶୁଶାନ୍ତ କୁମାର ମହାପାତ୍ର କୋଷାଧକ୍ଷ ଭାବେ ମାନନୀତ ହୋଇଛନ୍ତି । ସେହିପରି ମାଲ ସାର, ବିଜ୍ଞାନ କର୍ଣ୍ଣ, ସନ୍ତୋଷ ପାଢ଼ୀ ଓ ସଦାଶିବ ବେହେରାଙ୍କୁ ଉପଦେଷ୍ଟା ଭାବେ ଚୟନ କରାଯାଇଥିବା ବେଳେ ସିମୁନ ନାଏକ, ନାରାୟଣ ମହାନ୍ତି, ଚିକୁ ମହାନ୍ତି, କେଦାର ସାମଲ, ବଳିଆ ଯୋଶୀ ଓ ମୁଚି ବେହେରାଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ଚୟନ କରାଯାଇଥିଲା । ନୂତନ ସଭାପତି ହେବା ପରେ ସଂଘକୁ ଆହୁରି ମଜଭୁତ କରିବା ପାଇଁ ସମସ୍ତଙ୍କ ସହଯୋଗ ପାଇଁ ଅନୁରୋଧ କରିଥିଲେ ଶ୍ରୀ ପ୍ରଧାନ । ଆସନ୍ତା ଜାନୁୟାରୀ ମାସରେ ବ୍ୟାବସାୟିକ ଜୀବନରୁ ଅସ୍ବସ୍ତି ସହ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଶେଷରେ ସମ୍ପାଦକ ପ୍ରଶାନ୍ତନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post