ବାଲେଶ୍ବର ରେ ନବୀନ ଙ୍କ ମେଘା ସୋ


ବାଲେଶ୍ବର,(ପ୍ରଭାକର ମଲ୍ଲିକ) ଆଜି ବାଲେଶ୍ବର ସଦର ପୋଲିସ ଲାଇନ୍  ପଡିଆ ଠାରେ ଓଡ଼ିଶାର  ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀ ଯୁକ୍ତ  ନବୀନ ପଟ୍ଟନାୟକ କୋଟି କୋଟି ଟଙ୍କାର  ପ୍ରକଳ୍ପ  ଉଦ୍ଘାଟନ କରିଛନ୍ତି।ସେ  ଅଭିଭାଷଣ ରେ  କହିଲେ ମୁଁ  କହେ କାମରେ ବିଶ୍ୱାସ କରିଥାଏ । ଗତ  ଉପନିର୍ବାଚନ ରେ  ବାଲେଶ୍ବର ସଦର  ଦାୟିତ୍ଵ  ମୁଁ ନିଜେ  ନେଇଥିଲି । ଆଜି  ମୁଁ ମୋର  କଥା ରକ୍ଷା କରିବା ପାଇଁ ଆସିଛି । ବାଲେଶ୍ବର  ପାଇଁ ସବୁବେଳେ  ଯଥେଷ୍ଟ ସମ୍ମାନ  ରହି ଆସିଛି ।ବିଶେଷ କରି  ମାଆ ମାନଙ୍କ ର  ତାଳି ହୁଳହୁଳି ମୋର  ଶ୍ରେଷ୍ଠ ସମ୍ପତି  । ବାଲେଶ୍ବର ଜିଲ୍ଲା ଓଡ଼ିଶାର ସର୍ବା ଗ୍ରେ ନଂ - ୧ ଜିଲ୍ଲା ତିଆରି କରିବା ସଂଗ୍ରାମ ଜାରି  ରହିବ  ମିଶନ ଶକ୍ତି  ମହିଳା ବିଜେଡ଼ି ଦଳର  ପ୍ରକୃତ ଶକ୍ତି । ଉକ୍ତ   ସଭାରେ ବାଲେଶ୍ବର ର  ଅବକାରୀ ବିଭାଗ ଓ ପଯ୍ୟ ଟନ ସଂସ୍କୃତି ମନ୍ତ୍ରୀ ଅଶ୍ଵନୀ  ପାତ୍ର , ଶିଳ୍ପ ମନ୍ତ୍ରୀ  ପ୍ରତାପ ଦେବ , ବିଜୁଜନତା ଦଳର ବାଲେଶ୍ବର ଜିଲ୍ଲା ସଭାପତି  ତଥା ପୂର୍ବତନ ସାଂସଦ ରବିନ୍ଦ୍ର କୁମାର ଜେନା ,  ବରିଷ୍ଠ ବିଧାୟକ ଅନନ୍ତ  ଦାସ , ବାଲେଶ୍ଵର ସଦର ବିଧାୟକ  ସ୍ୱରୂପ କୁମାର ଦାସ ,  ସରକାରୀ ଆଇନ୍ ଜିବୀ  ପ୍ରଣବ କୁମାର ମିଶ୍ର  ସମେତ ସମସ୍ତ  ଆଇନ୍ ଜୀବି  ମହିଳା ସମେତ ଜିଲ୍ଲାର ମହିଳା ଓ ବିଭିନ୍ନ ମାନ୍ୟ ଗଣ୍ୟ  ବ୍ୟକ୍ତି ଏବଂ    ଦଳୀୟ କର୍ମୀ  ଉପସ୍ଥିତ ଥିଲେ ।

Post a Comment

Previous Post Next Post