ଲଙ୍ଗଳେଶ୍ବର ପ୍ରିମିୟର ଲିଗ୍-୨୦୨୨ ଉଦଯାପିତ


ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ବଣିଆଡ଼ିହା ପଞ୍ଚାୟତ ଅଧିନସ୍ଥ ଲଙ୍ଗଳେଶ୍ବର ସ୍ଥିତ କାଳୀଝାଟି ପଡ଼ିଆରେ ଲଙ୍ଗଳେଶ୍ବର କ୍ରିକେଟ୍ ଆସୋସିଏସଏନ ଓ ହରପାର୍ବତୀ କ୍ଲବ ମିଳିତ ଆନୁକୂଲ୍ୟରେ  ଲଙ୍ଗଳେଶ୍ବର ପ୍ରିମିୟର ଲିଗ୍ ଆଜି ଉଦଯାପିତ ହୋଇଯାଇଛି । ଫାଇନାଲ୍ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ଯକାରୀ ସଭାପତି ନାରୀନେତ୍ରୀ ଶ୍ରୀମତୀ ସୁବାସିନୀ ଜେନା  ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ତତ୍ ସହିତ ବିଜେତା ସାଇକ୍ରୀଷ୍ଣା ଫାଇଟର ଓ ଉପ-ବିଜେତା ରୟାଲ ସୁପର ଫାଇଟର ଟିମ୍ କୁ ପୁରସ୍କୃତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବାଲିଆପାଳ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶ୍ବିନୀ କୁମାର ଜେନା, ବଣିଆଡ଼ିହା ପଞ୍ଚାୟତ ପୂର୍ବତନ ସରପଞ୍ଚ ମହେନ୍ଦ୍ର ବାରିକ,ତୁଷାରକାନ୍ତି ବେହେରା, ବନମାଳୀ ଜେନା ପ୍ରମୁଖ ଯୋଗ ଦେଇଥିଲେ । ଫାଇନାଲ ଖେଳ ସାଇକ୍ରୀଷ୍ଣା ଫାଇଟର ଏବଂ ରୟାଲ ସୁପର ଫାଇଟର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ପ୍ରଥମେ ବ୍ୟାଟିଂ କରି ସାଇକ୍ରୀଷ୍ଣା ଫାଇଟର ୧୨୨ ରନ୍ ସଂଗ୍ରହ କରିଥିଲା ।ଜବାବରେ ରୟାଲ ସୁପର ଫାଇଟର ୯୭ରନ୍ ରେ ଅଲଆଉଟ ହୋଇ ଯାଇଥିଲେ ।ଫଳରେ ସାଇକ୍ରୀଷ୍ଣା ଫାଇଟର ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା ।
ଖେଳକୁ ନଟବର ଆଚାର୍ଯ୍ଯ ଏବଂ ବରୁଣ ହାଇଟି ପରିଚାଳନା କରିଥିଲେ ।ଲଙ୍ଗଳେଶ୍ବର କ୍ରିକେଟ୍ ଆସୋସିଏସଏନ ଓ ହରପାର୍ବତୀ କ୍ଲବର ଆଶିଷ ଦେ,ଆଦି ଦଳ ବେହେରା,ପପୁନ ଦାସ,ଏସ୍ .କେ. କସି,ପବିତ୍ର ସେଠୀ,ପିଙ୍କୁ ବାରିକ,ମୁନା ଭୂୟାଁ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।

Post a Comment

Previous Post Next Post