ଧାନଗଦା ରେ ନିଆଁଲାଗି ଲକ୍ଷାଧିକ ଟଙ୍କାର ଧାନଫସଲ ନଷ୍ଟ


ସୁବର୍ଣ୍ଣପୁର (ଗଣପତିବାଘ) ଧାନଗଦା ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କା ର ଧାନଫସଲ ନଷ୍ଟ । ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଖଇରମାଲ ଗାଁ ରେ ଧାନ ବିଲ ରେ କିଛି ଧାନ କଟା ହୋଇ ଗଦା ହେଇଥିବା ବେଳେ ଆଉ କିଛି ଧାନ ଫସଲ କଟା ନ ହୋଇ ପଡିଥିଲା । ସୂଚନାମତେ ସେହି ଗାଁ ର ଜୈନେକ ବ୍ଯକ୍ତି ନିଜ ବିଲ ପାଖରେ ନିଆଁ ଲଗାଇ ସଫା କରୁଥିବା ବେଳେ ନିକଟରେ ଧାନ ଥିବା ଖଇରମାଲ ଗାଁ ର ପଦ୍ମଲୋଚନ ବିଶି ଙ୍କ ଧାନ ଚାହୁଁ ଚାହୁଁ ଆଖି ଆଗରେ ଜଳିପୋଡି ନଷ୍ଟ ହୋଇଯାଇଛି । ଆଖି ପିଛୁଳାକେ ନିଆଁ ର ବେଗ ଏମିତି ଥିଲା ଯେ ଗାଁ ଲୋକେ ମଧ୍ୟ ନିଆଁ କୁ ଆୟତ କରି ପାରି ନ ଥିଲେ । ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣା ସ୍ଥଳକୁ ପହଂଚି ନିଆଁ କୁ ଆୟତ କରିଥିଲେ ।

Post a Comment

Previous Post Next Post