ପୁଣି ଦାଦନ ଶ୍ରମିକଙ୍କ ଆନ୍ଧ୍ର ରେ ମୃତ୍ୟୁ


ନୂଆପଡା,(ରିଖିରାମ ଦଳ) ନୂଆପଡା ଜିଲ୍ଲା କୋମନା ଥାନା ଭେଳା ଗାଁର ଉଗ୍ରେସେନ ରଣା ଙ୍କ ଆନ୍ଧ୍ର ପ୍ରଦେଶର ଏକ ଇଟାଭାଟି ରେ ମୃତ। ସୂଚନା ଅନୁସାରେ ଆଜି ସକାଳ ୮ ଟା ସମୟର ଉଗ୍ରେସେନ ଇଟା ଭାଟିରେ ଟ୍ରାକ୍ଟର ଚଳାଉଥିବା ସମୟରେ ଟ୍ରାକ୍ଟର ଓଲଟି ପଡ଼ିଥିଲା। ଟ୍ରାକ୍ଟର ଓଲଟି ପଡ଼ିବାରୁ ଉଗ୍ରେସେନ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ଉଗ୍ରେସନ୍ ର ମୁତ୍ୟୁ ଘଟିଛି। ପେଟ ପାଟଣା ପାଇଁ ଗତ କିଛି ମାସ ତଳେ ସ୍ତ୍ରୀ ସୁନାଫୁଲ ରଣା ଓ ଦୁଇ କୁନି ପୁଅକୁ ଧରି ଆନ୍ଧ୍ର ର ଏକ ଇଟାଭାଟି କୁ କାମ କରିବାକୁ ଯାଇଥିଲେ। ପରିବାର ପ୍ରତି ପୋଷଣ କରିବା ପାଇଁ ଯାଇ ଥିବା ଉଗ୍ରେସେନ ଏବେ ଶବ ପାଲଟି ଯାଇଛି।
 ସ୍ବାମୀ କୁ ହରାଇ ଅସହାୟ ସ୍ତ୍ରୀ ସ୍ବାମୀ ର ଶବକୁ ନିଜ ଭିଟାମାଟି କୁ ଆଣିବା ପାଇଁ ପ୍ରଶାସନ ପାଖରେ ନିବେଦନ କରିଛନ୍ତି।।ଜିଲ୍ଲାରେ ଏମିତି ଅନେକ ଦାଦନ ସମସ୍ୟା ଆଗରୁ ଦେଖିବାକୁ ମିଳିଛି।।କେବେ ଏହି ଦାଦନ ସମସ୍ୟା ଉପରେ ପୂର୍ଣ୍ଣଛେଦ ପଡିବ ନା ଏମିତି ଶବ ହୋଇ କେବେ ଭିଟାମାଟି କୁ ଫେରିବାରେ ଅସମର୍ଥ ତ କେବେ ଦାଦନ ର ଶବ ଫେରିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟି ଗଲାଣି । ବର୍ତ୍ତମାନ୍ ଦେଖିବାକୁ ବାକି ରହିଲା ଦାଦନ ରୋକିବା ଦିଗରେ ଜିଲ୍ଲା ପ୍ରଶାସନ କେବେ ସଜାଗ ହଉଛି।

Post a Comment

Previous Post Next Post