ଚର୍ଚ୍ଚରେ ବଡଦିନପର୍ବ ପାଳିତ


ବଙ୍ଗୋମୁଣ୍ଡା,(ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତୁରକେଲା -ବଡ଼ପରା ଚର୍ଚ୍ଚରେ ଖ୍ରୀଷ୍ଟ ଜୟନ୍ତୀ ବା ବଡ଼ଦିନ ପର୍ବ ଡିଏମପିବି ପାଳକ ତଥା ସମାଜସେବୀ ଅମରେନ୍ଦ୍ର ନନ୍ଦ ଙ୍କ ସଭାପତିତ୍ୱ ରେ ବଡ଼ଦିନ ପର୍ବପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଡ଼ଃ. ଦୀପକ କୁମାର ନନ୍ଦ, ସିନାପାଲି ଡିଗ୍ରୀ କଲେଜ ଇତିହାସ ଅଧ୍ୟାପିକା ରଶ୍ମିତା ରାଣୀ ନନ୍ଦ ଉପସ୍ଥିତ ରହି ପ୍ରଭୂଯୀଶୁଙ୍କର ଜନ୍ମଦିନ ର ବାର୍ତ୍ତା ଦେଇଥିଲେ ।ବଡ଼ଦିନ ପାଳନରେ ଗୀତ, ନାଚ, ପଦ ପ୍ରତିଯୋଗିତା ହେଇଥିଲା । ଭାନୁପ୍ରିୟା ମହାନନ୍ଦ, ଚନ୍ଦ୍ରିକା ଦୀପ, ଅର୍ପିତା ନନ୍ଦ, ଇସ୍ମାଏଲ ଜାଲ, ମନିସ ନନ୍ଦ, ପ୍ରାଣ ରଞ୍ଜନ ନନ୍ଦ, ବିନେଶ ମହାନନ୍ଦ ପ୍ରମୁଖ ସହଯୋଗ କରିଥିଲେ ।

Post a Comment

Previous Post Next Post