ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଙ୍ଗଲି ଭାଲୁ ମୃତ୍ୟୁ। ଅଗ୍ନିଶମ ବାହିନୀ ଓ ବନବିଭାଗ ର ମିଲତ ଉଦ୍ଧାର


ସିନାପାଲି: (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଅଧିନସ୍ତ ସିଙ୍ଗଝର ଗ୍ରାମପଞ୍ଚାୟତ ସ୍ଥିତ ପେଣ୍ଡ୍ରେନ ଗ୍ରାମ ନିକଟରେ ଏକ ଜଂଗଲୀ ଭାଲୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପ୍ରକାଶ ଯୋଗ୍ୟ ଯେ, ସିଙ୍ଗଝର ଗ୍ରାମ ଠାରୁ ପେଣ୍ଡ୍ରେନ ଦେଇ ସୋନବରଷା ଗ୍ରାମକୁ ୧୧ କେଭି ବିଦ୍ୟୁତ ତାର ସଂଯୋଗ ହୋଇଛି। ପେଣ୍ଡ୍ରେନ ଗ୍ରାମ ଠାରେ ଥିବା ଏକ ଜମି ରେ ବିରାଟ ହଳନ ଗଛ ରହିଛି। ଏହି ଗଛ ଉପରେ ଏକ ମହୁ ଫେଣା ରହିଥିଲା। ତାକୁ ଭାଲୁଟି ଖାଇବାକୁ ଗଛ ଉପର କୁ ଚଢିଥିଲା। ହେଲେ ଗଛ କୁ ଲାଗି ୧୧ କେଭି ବିଦ୍ୟୁତ ତାର ଯାଇଥିବା ବେଳେ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ପେଣ୍ଡ୍ରେନ ଗ୍ରାମର କିଛି ଲୋକ ନିଜ ଜମି କୁ ଯାଇଥିବା ବେଳେ ମୃତ୍ୟୁ ଭାଲୁ ଦେଖି ବନ ବିଭାଗ କୁ ଜଣାଇଥିଲେ। ପରେ ସିନାପାଲି ରେଞ୍ଜର ମୁରାରୀ ପ୍ରସାଦ ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର ମହାଦେବ ବନ୍ଦିଛୋର ଙ୍କ ନେତୃତ୍ୱରେ ବନ କର୍ମଚାରୀ ଆର. ବେଗମ୍, ମନୋଜ ବାଗ, ଉପେନ୍ଦ୍ର ମହାଉତି, ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ଅଗ୍ନିଶମ ବିଭାଗ ର ନିରୋଦ ବିଶ୍ଵାଳ, ଏନ୍. କେ ସମରଥା, ସତ୍ୟ ପଟେଲ, ଲଳିତ ପଟେଲ, ଅନନ୍ତ କହଁର, ରବିନ୍ଦ୍ର ସାହୁ ପହଞ୍ଚି ଗଛ ଉପର କୁ ଚଢ଼ି ମୃତ୍ୟୁ ଭାଲୁ ର ଶବ ତଳକୁ ଓହ୍ଲାଇ ଥିଲେ। ପରେ ଏକ ଗାଡ଼ି ଯୋଗେ ସିନାପାଲି ପ୍ରାଣୀ ଚିକିତ୍ସାଲୟ କୁ ନେଇ ଶବ ବ୍ୟବଚ୍ଛେଦ କରାଯାଇଛି। ଘଟଣାର ସତ୍ୟତା ଜାଣିବା ପାଇଁ ତଦନ୍ତ ଜାରି ରଖିଛି ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ରେଞ୍ଜର ମୁରାରୀ ପ୍ରସାଦ ପଣ୍ଡା ପ୍ରକାଶ କରିଛନ୍ତି

Post a Comment

Previous Post Next Post