ସୋନପୁର- ବିନିକା ଚୌକିଯୋର ନିକଟରେ ୧୧ ଘଣ୍ଟିଆ ରାସ୍ତାରୋକ


ସୁବର୍ଣ୍ଣପୁର (ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚରଦା କପିଳେଶ୍ବର ମନ୍ଦିରରୁ ଗତ ୨୨ ଅକ୍ଟୋବର ରେ ଚରଦା କପିଳେଶ୍ବର ମନ୍ଦିର ରୁ ଦେବାଦେବୀ ଙ୍କ ଲକ୍ଷାଧିକ ଟଙ୍କାର ସାମଗ୍ରି ଚୋରୀ ହୋଇଥିଲା ା ହେଲେ ଏହିଘଟଣା ସମ୍ପର୍କରେ ବିନିକା ପୋଲିସ ଅନୁସନ୍ଧାନ କରୁଥିବା ନାଁରେ ଆଜିପର୍ଯ୍ୟନ୍ତ ପୋଲିସ ଚୋର ମାନଙ୍କୁ ଧରିବାରେ ବିଫଳ ହୋଇଥିବା ନେଇ ଆଜି ମନ୍ଦିର କମିଟି ଓ ଅଞ୍ଚଳର ଜନସାଧାରଣଙ୍କ ତରଫରୁ ବିନିକା-ସୋନପୁର ରାଜପଥର ଚୌକିଯୋର ଠାରେ ସକାଳ ୭ଘଣ୍ଟାରୁ ସଂନ୍ଧ୍ୟା ୬ଘଣ୍ଟାପର୍ଯ୍ୟନ୍ତ ରାସ୍ତାରୋକ ଆନ୍ଦୋଳନ ଆରମ୍ଭ ହୋଇଛି ।ଫଳରେ ଉଭୟ ପଟରେ ଶତାଧିକ ଗାଡ଼ି ଅଟକି ରହିଛି ।ଘଟଣାସ୍ଥଳକୁ ପ୍ରଶାସନିକ ଅଧିକାରୀ ମାନେ ଆସି ଆନ୍ଦୋଳନକାରୀ ଙ୍କୁ ବୁଝାସୁଝା କରିଥିଲେମଧ୍ୟ ରାସ୍ତାରୋକ ହଟିନଥିବା ବେଳେ ମନ୍ଦିର ରୁ ଚୋରିକରିଥିବା ର୍ଦୁବୁତ୍ତ ମାନଙ୍କୁ ୭ଦିନ ଭିତରେ ଗିରଫକରିବା ସହିତ ଅଭିଯୁକ୍ତ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ପ୍ରଶାସନ ଏକଲିଖିତ ପ୍ରତିଶୃତି ନଦେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଉଠିବୁ ନାହିଁ ବୋଲି ଆନ୍ଦୋଳନକାରୀ ଜିଦ ଧରିବସିଛନ୍ତି ା ଚୋର ଧରିବାରେ ପୋଲିସ ସମ୍ପୁର୍ଣ୍ଣବିଫଳ ହୋଇଥିବା ନେଇ ଅଞ୍ଚଳବାସୀ ଶିଘ୍ର ଚୋରକୁ ଧରି ଉଚିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବିକରି ଥିବା ବେଳେ ତୁରନ୍ତ ଦୋଷିକୁ ଗିରଫନକଲେ ଆଗାମି ଦିନରେ ଏହି ଆନ୍ଦୋଳନ ଆହୁରି ତିବ୍ରତର ହେବ ବୋଲି ପ୍ରଶାସନକୁ ଚେତାବନି ଦେଇଛନ୍ତି ଆନ୍ଦୋଳନକାରୀ ା

Post a Comment

Previous Post Next Post