ସିନାପାଲି,(ପରମେଶ୍ବର ମେହେର) ନୂଆପଡା ଜିଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡା ଠାରେ ଆୟୋଜିତ ଶ୍ରୀଜଗନ୍ନାଥ ନକ ଆଉଟ ଫୁଟବଲ ପ୍ରତିଯୋଗିତା ବୁଧବାର ଉଦଯାପିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଉଦଯପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ,ନୂଆପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡ଼ଲ୍ଲୀ ମାଝୀ, ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପାଞ୍ଜଳି ଗୁଆଲ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଗିରିରାଜ ମାଝୀ, ଲିଙ୍ଗରାଜ ଘିଭେଲା, କେନ୍ଦୁମୁଣ୍ଡା ସରପଞ୍ଚ ମଦନ ଦଣ୍ଡସେନା, ନାଏବ ସରପଞ୍ଚ ଗୋଲାପୀ ରଣା, ପୂର୍ବତନ ସରପଞ୍ଚ କୈଳାସ ବାଗ,ସିନାପାଲି ସଦର ସମିତି ସଭ୍ୟ ମନୀଷ ପଟେଲ, ସମାଜସେବୀ ମହେନ୍ଦ୍ର ସୁନାନୀ, ସମାଜସେବୀ ଦୈତାରି ମେହେର,ଚୂଳରାମ ଭୋଇ, ଲମ୍ବୋଦର ମାଝୀ, ମେଘନାଦ ଖର୍ସେଲ, ପ୍ରମୁଖ ଉପସ୍ଥିତ ଥିଲେ। ଉଦଯପନୀ ଦିବସରେ ବୋଡେ଼ନ ଏବଂ ଖଇରପଦର ମଧ୍ୟରେ ଉଦଯପନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ବୋଡେ଼ନ ଦଳ ୧-୦ ଗୋଳରେ ଖଇରପଦରକୁ ହରାଇ ବିଜୟ ହାସଲ କରି ଚାମ୍ପିଅନ ଘୋଷିତ ହୋଇଥିଲା। ଉକ୍ତ ପ୍ରତିଯୋଗିତାରେ ମୋଟ ଆଠ ଗୋଟି ଦଳ ସାମିଲ ହୋଇଥିଲେ। ଗତ ୨ତାରିଖ ଦିନ ଏହି ପ୍ରତିଯୋଗିତାର ଶୁଭଉଦଘାଟିତ ହୋଇଥିଲା। ଉକ୍ତ ପ୍ରତିଯୋଗିତାର ବିଜେତା ଚାମ୍ପିଅନ ବୋଡେ଼ନ ଦଳ ଓ ଉପବିଜେତା ଖଇରପଦର ଦଳ କୁ ମଞ୍ଚସିନ ଅତିଥି ଟ୍ରଫି ସହ ପୁରସ୍କାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଆଜିର ଉଦଯପନୀ ମ୍ୟାଚ ପରିଚାଳକ ଭାବରେ ଡୋଳାମଣି ବଛା ଓ ଲାଇନ ମ୍ୟାନ ଭାବେ ଈଶ୍ୱର ହେର୍ନା, ଚନ୍ଦ୍ରଶେଖର ଘିଭେଲା,ରୀଙ୍କୁ ମାଝୀ ଗୋବର୍ଦ୍ଧନ ନାଏକ, ପାର୍ଥ ନାଏକ, ରିଆଜ ଖାଁ, କେଶରୀ ମାଝି,ସମେତ ଅନେକ ପ୍ରମୁଖ ଦାଇତ୍ୱ ନିର୍ବାହ କରିଥିଲେ। ସେହିପରି ଭୀମରାଜ ତାଣ୍ଡି , ଦାଦୁ ଖାଁନ ରୋହିତ ହେର୍ଣା ଉଦଘୋଷକ ଭାବେ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଉକ୍ତ ପ୍ରତିଯୋଗିତାର ଆୟୋଜକ କମିଟି ସଭାପତି ,ସମ୍ପାଦକ ସମେତ ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ।

Post a Comment