କ୍ରସର ହଟାଅ ଆନ୍ଦୋଳନ ର ସପ୍ତମ ଦିନରେ ଚତୁର୍ଥ ଶ୍ରେଣୀ ର କୁନି ଛାତ୍ରୀଙ୍କ ମୁହଁର ଭାଷା .. ଆମେ ବଞ୍ଚିଲେ ତ ପାଠ ପଢ଼ିବୁ


ହରଭଙ୍ଗା : (ସୁଶାନ୍ତ କୁମାର ବେହେରା )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖରଭୂଇଁ ଅଂଚଳ ର ଓଡିଶା ରାଜ୍ୟରେ ଚର୍ଚିତ ପଥର କ୍ଵାରୀ ଓ କ୍ରସର ହଟାଅ ଆନ୍ଦୋଳନ ଆଜି ସପ୍ତମ ଦିନରେ ପହଂଚି ଥିବା ବେଳେ ଜିଲ୍ଲା ପ୍ରଶାସନ, ନେତା ମନ୍ତ୍ରୀ ଏହାର ସମାଧାନ ବାଟ ପାଉନଥିବା ଏକ ଆପତ୍ତିଜନକ ଚର୍ଚ୍ଚାର ବିଷୟ ପାଲଟିଛି!ଏହି ଆନ୍ଦୋଳନ ରେ ସାମିଲ ଥିବା ଅଂଚଳ ବାସି ଆଜକୁ ସାତଦିନ ହେଲା ଶୀତ କାକର, ଖରା ରେ ନିଜର ହକ ପାଇବା ପାଇଁ ଲଢ଼େଇ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ଥାନରେ ଜନଶୁଣାଣି କାର୍ଯ୍ୟକ୍ରମ କରି ତାର ସମାଧାନ କରୁଛି, ତେବେ କାହଁକି? ଏ ଅଂଚଳ ବାସି କଣ ବୌଦ୍ଧ ଜିଲ୍ଲା ର ବାସିନ୍ଦା ରୁ ବିଛିନ୍ନ ନାଁ ଏମାନଙ୍କ ନାଗରିକ ଅଧିକାର ନାହିଁ!ଆଶ୍ଚର୍ଯ୍ୟ ର ବିଷୟ ଏହି କ୍ରସର ହଟାଅ ଆନ୍ଦୋଳନ ରେ କୁନି କୁନି ଛାତ୍ର ଛାତ୍ରୀ ଖରଭୂଇଁ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି ର ଭବିଷ୍ୟତ ର ନାଗରିକ ମlନେ ମଧ୍ୟ ସାମିଲ ହୋଇଛନ୍ତି!ଜିଲ୍ଲା ଶିକ୍ଷା ଅଧିକାରୀ ଏ ଉପରେ କି? ପଦକ୍ଷେପ ନେଉଛନ୍ତି ନାଁ ପିଲାଙ୍କ ଭବିଷ୍ୟତ ଅନ୍ଧାରି ମୁଲକକୁ ଠେଲି ଦେବେ ତାହା ଜଳ ଜଳ ହୋଇ ବାରି ହୋଇପଡୁଛି!ତେବେ କଣ କହୁଛନ୍ତି ଏହି କୁନୁ କୁନି ଛାତ୍ର ଛାତ୍ରୀ ଆସନ୍ତୁ ଶୁଣିବା!"ଆମେ ବଞ୍ଚିଲେ ତ ପାଠ ପଢ଼ିବୁ ""ଯେ ପର୍ଯ୍ୟନ୍ତ କ୍ରସର ନ ଉଠିବ ସେତେଦିନ ପର୍ଯ୍ୟନ୍ତ ଆମେ ସ୍କୁଲ ନ ଯାଇ ଶୀତ,ଖରା, ବର୍ଷା ରେ ଆମେ ଏହି ଧାରଣରୁ ଉଠିବୁନି କି? ତା ହେଲେ କୋମଲ ମତି ଶିଶୁ ଙ୍କ ମନରେ ଏହି ଜାଗରଣକୁ ଜିଲ୍ଲା ପ୍ରଶାସନ କେବେ ନ୍ୟାୟ ଦେବେ ଦେଖିବାକୁ ବାକି ରହିଲା।

Post a Comment

Previous Post Next Post