ସୁବର୍ଣ୍ଣପୁର (ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲା ଡ୍ରାଇଭର ମହାସଂଘ ପକ୍ଷରୁ ଅଭିନବ ଉପାୟରେ ଆନ୍ଦୋଳନ ।ଆଜି ସ୍ଥାନୀୟ ସୁରେଶ୍ବରୀ ମନ୍ଦିରରୁ ଡ୍ରାଇଭରମାନେ ଦଣ୍ଡବତ ଯାତ୍ରାକରି ସହର ପରିକ୍ରମା କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ମହାସଂଘର କାର୍ଯ୍ୟକର୍ତ୍ତାମାନେ ଅଭିନବ ଉପାୟରେ ଆନ୍ଦୋଳନ କରିଥିବା ବେଳେ ଏକ ୯ଦଫା ଦାବି ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭରମାନଙ୍କୁ ୨୦ଲକ୍ଷ ଟଙ୍କାର ବୀମା ତଥା ଦୁର୍ଘଟଣାରେ ଅକର୍ମନ୍ୟ ହେଉଥିବା ଡ୍ରାଇଭରମାନଙ୍କୁ ୧୦ଲକ୍ଷ ଟଙ୍କା ବୀମାରାଶି ପ୍ରଦାନ କରିବା ସହିତ ୫୫ ବର୍ଷ ପରେ ପେନସନ ଦେବାପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି ।
ଏପରିକି ଜନସାଧାରଣଙ୍କ ଆକ୍ରୋଶର ଶୀକାର ହେଉଥିବା ଡ୍ରାଇଭରମାନଙ୍କୁ ସୁରକ୍ଷା ଦେବା ସହିତ ରାଜରାସ୍ତାରେ ଡ୍ରାଇଭରମାନଙ୍କୁ ହଇରାଣ କରା ନଯାଉ ବୋଲି ଦାବି କରିଛନ୍ତି ।ଏହିପରି ୯ ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।ଦାବି ପୁରଣ ନ ହେଲେ ଆଗାମୀ ଦିନରେ ଷ୍ଟେରିଂ ଛାଡ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଡ୍ରାଇଭରମାନେ ।
Post a Comment