କୈଳାସି ଯାତ୍ରା ଅବସରେ ସାମାଜିକ ନାଟକ ମଞ୍ଚସ୍ଥ


ବୌଦ୍ଧ,(ହୃଦାନନ୍ଦ ମେହେର) ବୌଦ୍ଧ  ବ୍ଲକ ବିଭିନ୍ନ ଗ୍ରାମରେ କୈଳାସି ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଖମାରିପଡା, ଜଗତି, ଚନ୍ଦ୍ରପୁର, ବଡ଼ଖଲିଗାଁ ଗ୍ରାମର ସାମାଜିକ ନାଟକ ଅନୁଷ୍ଠିତ ହୋଇଯାଇଛି । ଜଗତି ଗ୍ରାମରେ ପ୍ରିନ୍ସ ଯଯାତି କ୍ଲବ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ କାବୁ ବୋଷଙ୍କ ନିର୍ଦେଶନାରେ "ଲୁହରେ ଭିଜିଲା ସପନ ମୋର" ମଞ୍ଚସ୍ଥ ହୋଇଛି । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ୬ ଜୋନ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପ୍ରତିନିଧି ଅଶୋକ ସାହୁ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବୌଦ୍ଧ ବ୍ଲକ ଉପାଧ୍ୟକ୍ଷ ମନରଞ୍ଜନ ପୁରୋହିତ, ପୂର୍ବତନ ଗ୍ରାମ୍ୟ ସଭାପତି ସୁବୋଧ କଳତା, ସଭାପତି ଆଦିତ୍ୟ ଜେନା, ପୂର୍ବତନ କ୍ଲବ ସଭାପତି ସୁଶୀଲ କୁମାର ପାଣିଗ୍ରାହୀ ଯୋଗ ଦେଇ ନାଟକ ଟିକୁ ଉଦଘାଟନ କରିଥିଲେ । ଅନିରୁଦ୍ଧ ପାଣିଗ୍ରାହୀ ସଭା ପରିଚାଳନା କରିଥିବା ଗଣେଶ ଜେନା ଓ ବିଜୟ ଜେନା ନାଟ୍ୟ ପରିଚାଳନା କରିଥିଲେ । ବିକ୍ରମ ଜେନା, ବିଜୟ ଜେନା, ହାଡିବନ୍ଧୁ ପରିଡା, ସୁଦର୍ଶନ ମେହେର, ରାଜ ବେହେରା, ସଚ୍ଚିଦା ଜେନା, ଅରୁଣ ପ୍ରଧାନ, ସୁଜିତ ବେହେରା, ହାଡୁ ମେହେର, ଚନ୍ଦନ ଜେନା ପ୍ରମୁଖ କଳାକାର ଅଭିନୟ କରିଥିଲେ । ସେହିପରି ଖମାରୀପଡା ରେ କୈଳାସୀ ଯାତ୍ରାରେ ଶିକ୍ଷାବିତ୍ ତଥା ସାହିତ୍ୟିକ ଦେଶବନ୍ଧୁ ମହାକୁଡ଼ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ପଞ୍ଚାୟତିରାଜ ଓ ପାନୀୟଜଳ,ଜଙ୍ଗଲ ଓ ପରିବେଶ ତଥା ସୁଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ,ସମ୍ମାନିତ ଅତିଥି-୫ ଜୋନ ଜିଲ୍ଲା ପରିଷଦ ସଭ୍ୟା ଉର୍ମିଳା ଝାଙ୍କର , ଅଶୋକ କୁମାର ସାହୁ, ବିଦ୍ୟାଧର ସ୍ଵାଈ୍, ପୂର୍ବତନ ସମିତି ସଭ୍ୟ ସଞ୍ଜୟ କୁମାର ପ୍ରଧାନ, ବ୍ରାହ୍ମଣିପାଳି ସରପଞ୍ଚ ଅରୁଣ କୁମାର ବାଘ ,ଆମ୍ବଝରୀ ସରପଞ୍ଚ ପ୍ରେମା ବାଘ ଅତିଥି ଭାବେ ଯୋଗ ଦେଇଥିଲେ । ଶେଷରେ ମୁଣ୍ଡାପଡା ନାଏବ ସରପଞ୍ଚ ସୁମନ୍ତ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଗ୍ରାମର କଳାକାର ଙ୍କ ଦ୍ୱାରା " ରାମ ଦେବ ଆଜି ଅଗ୍ନି ପରୀକ୍ଷା" ନାଟକ ପରିବେଷଣ ହୋଇଥିଲା । ସେହିପରି ତେଲିବନ୍ଧ ପଂଚାୟତ ଚନ୍ଦ୍ରପୁର ଗ୍ରାମରେ ଚନ୍ଦ୍ରଶେଖର ପ୍ରଗତି କ୍ଲବର କଳାକାରଙ୍କ ଦ୍ଵାରା "କାହାଣୀ କାନ୍ଦୁଛି ଆଖି ଲୁହରେ" ଓ ପଦ୍ମନପୁର ପଂଚାୟତ ବଡ଼ ଖଲିଗାଁ ଗ୍ରାମରେ ଗ୍ରାମ୍ୟ କଳାକାରଙ୍କ ଦ୍ଵାରା ସକାଳ ସୁରୁଜ ସଞ୍ଜକୁ ନାଇ " ମଞ୍ଚସ୍ଥ ହୋଇଯାଇଛି ।

Post a Comment

Previous Post Next Post