ହରଭଙ୍ଗା ରେ ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳନ , ୩୦୦ ଟି ପ୍ରାଣୀ ଙ୍କୁ କରାଗଲା ଟୀକା କରଣ


ହରଭଙ୍ଗା (ସୁଶାନ୍ତ କୁମାର ବେହେରା )ବୋୖଦ୍ଧ ଜିଲ୍ଲା ହରଭଙ୍ଗା ପ୍ରାଣୀଧନ ଚିକିତ୍ସାଳୟ ଠାରେ ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଛି । ।ହରଭଙ୍ଗା ସରପଞ୍ଚ ଶକୁନ୍ତଳା ବେହେରା ଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ରେ ଡିଆଁଘାଟ ,ହରଭଙ୍ଗା, ସମ୍ବଲପୁର, ସୁରୁଣ୍ଡି, ଭେଜିଗୋରା, ଆଦି ଗ୍ରାମର ଚାଷୀ ଉପସ୍ଥିତ ଥିଲେ ।ଚିକିତ୍ସା ସିବିରରେ ପ୍ରାୟ ୩ଶହ ପ୍ରାଣୀ ମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଟୀକାକରଣ କରାଯିବା ସହ ଔଷଧ ବିତରଣ କରଯାଇଥିଲା ।ପୁରୁଣା କଟକ ପ୍ରାଣୀ ଚିକିତ୍ସାଧିକାରୀ ଡ଼ ମିଳିନ ରାଉତ ଉପସ୍ଥିତ ଚାଷୀ ମାନଙ୍କୁ ଗୋପାଳନର ଆବଶ୍ୟକତା ଓ ପଦ୍ଧତି ସମ୍ପର୍କରେ ଆଲୋଚନା କରିଥିଲେ ।ଭ୍ରାମ୍ୟମାଣ ଚିକିତ୍ସାଧିକାରୀ ଡ଼ ପ୍ରତିଭା ପାଢ଼ୀ ଗୋ ସମ୍ବର୍ଦ୍ଧନା ର ମାହାତ୍ମ୍ୟ ଉପରେ ନିଜର ମତ ରଖିଥିଲେ ।ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ବିରେନ୍ଦ୍ର ପୃଷ୍ଟିଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧଳପୁର ପ୍ରାଣୀଧନ ନିରୀକ୍ଷକ ନାରାୟଣ ବାରିକ, ସରସରା ପ୍ରାଣୀଧନ ନିରୀକ୍ଷକ ନିରଞ୍ଜନ ପାତ୍ର, ଅକ୍ଷୟ ନାୟକ,ପ୍ରମିଲ ମହାକୁଡ଼, ନିଲାଞ୍ଚଳ ମିଶ୍ର,ସଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post