ମାହେଶ୍ଵରୀ ଗୋଶାଳାରେ ପବିତ୍ର ଗୋଷ୍ଠା ଅଷ୍ଟମୀ ଉତ୍ସବ ପାଳିତ


ହରଭଙ୍ଗା (ସୁଶାନ୍ତ କୁମାର ବେହେରା ) ହରଭଂଗା ବ୍ଲକ ମଥୁରା ପଞ୍ଚାୟତ ଦନ୍ତାପାଳି ସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ପରିସରରେ ପବିତ୍ର ଗୋଷ୍ଠା ଅଷ୍ଟମୀ ଉତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ଗୋଠ ପୂଜା, ଗୋପୁଜନ ସହିତ ଅଧକ୍ଷ ନିର୍ଗୁଣ ମହାକୁଡଙ୍କ ସଭାପତିତ୍ବ ଓ ସମ୍ପାଦକ କୃତିବାସ ପଲିଆଙ୍କ ସଂଯୋଜନା ରେ ଏକ ସଭା ଆୟୋଜନ ହୋଇଥିଲା । ଏଥିରେ ମୂଖ୍ୟ ଅଟିଥି ଭାବେ ବ୍ରହ୍ମଚାରୀ ନିଲେଜ୍, ମୁଖ୍ୟ ବକ୍ତା ଭାବେ ପ୍ରବକ୍ତା ଆଦିତ୍ୟ ମେହେର, ସମ୍ମାନୀତ ଅତିଥି ଭାବେ ବାବା ଖଗେଶ୍ବର ବାନପ୍ରସ୍ତି ଯୋଗଦେଇ ଗୋପୂଜାନ, ଗୋସୁରକ୍ଷା,ଗୋ - ଆଧାରିତ ଜୀବିକା ଓ ଗୋଶାଳା ର ଉନ୍ନତି ନିମନ୍ତେ ସମସ୍ତ ସହିଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ଉତ୍ସବ ଆୟଜନରେ ଗୋଶାଳା ର ଉପାଧ୍ୟକ୍ଷ ହୃଷୀକେଶ ଖେତି, ଗୋଶାଳା ପରିଚାଳକ ରବି ନାରାୟଣ ମିଶ୍ର, ଗୋସେବକ ତ୍ରିପୁରା ଧଳ, ସୁଶାନ୍ତ ସ୍ୱାଇଁ ଗୋସେବିକ । ତପସ୍ଵିନୀ ପଲିଆ, ଉର୍ମିଳା ପ୍ରଧାନ ଓ କବିତା ପ୍ରଧାନ, ଭୁବନ ବେହେରା, ଦେବାଶିଷ ପ୍ରଧାନ, ଶଶାଙ୍କ ପ୍ରଧାନ, ଆକାଶ ଜେନା ପ୍ରମୁଖ ସହଯୋଗ କରିଥିଲେ ।

Post a Comment

Previous Post Next Post