ବିଦେଶୀ ପକ୍ଷୀଙ୍କ କଳରବରେ ମୁଖରିତ ସାତକୋଶିଆ ଗଣ୍ଡ



ବୌଦ୍ଧ (ସୁଶାନ୍ତ କୁମାର ବେହେରା ), ଅଧିକ ଶୀତ ଓ ଖାଦ୍ୟାଭାବରୁ ନିଜକୁ ରକ୍ଷା କରିବା ପାଇଁ ପକ୍ଷୀ ମାନେ ଦେଶାନ୍ତର ହୋଇଥାନ୍ତି । ହଜାର ହଜାର କିଲୋମିଟର ପଥ ଅତିକ୍ରମ କରି ଓଡିଶା କୁ ଆସି ବିଦେଶୀ ପକ୍ଷୀ ମାନେ ମହାନଦୀ ବନ୍ୟପ୍ରାଣୀ ଅଧୀନରେ ଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ମହାନଦୀର ସାତକୋଶିଆ ଗଣ୍ଡ ଓ ପଦ୍ମାତୋଳା ଅଭୟାରଣ୍ୟ କୁ ଚାଲିଆସନ୍ତି । ଶୀତ ଋତୁର ଆରମ୍ଭରେ ଏହି ପକ୍ଷୀ ମାନେ ଆସିବା ସହିତ ଗ୍ରୀଷ୍ମଋତୁ ର ଆରମ୍ଭ ରେ ଫେରି ଯାଇଥାନ୍ତି । ପହିଲି ଶୀତ ର ଆଗମନରେ ସାତକୋଶିଆ ଗଣ୍ଡ ର ଜଳ ରାଶିରେ ଏହି ରଙ୍ଗ ବେରଙ୍ଗ ର ଦେଶୀ ବିଦେଶୀ ପକ୍ଷୀ ଙ୍କ କଳରବରେ ମୁଖରିତ ହୋଇଛି । ପକ୍ଷୀ ମାନଙ୍କ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ପାଇଁ ଜମିଲାଣି ପର୍ଯ୍ୟଟକ ଙ୍କ ଭିଡ଼ । ମହାନଦୀର ଉଭୟ ପାର୍ଶ୍ୱ ରେ ନଭଶୁମ୍ଭୀ ପର୍ବତ । ସକାଳର ପହିଲି ସୂର୍ଯ୍ୟ କିରଣ ପର୍ଯ୍ୟଟକ ଙ୍କୁ ଆକର୍ଷଣ କରେ । ଏହି ବିଦେଶୀ ପକ୍ଷୀ ମାନେ ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ ସାତକୋଶିଆ ଗଣ୍ଡ,ପଦ୍ମାତୋଳା, ସୁନାଖଣିଆ, ବଡମୁଳ, ମାରଡ଼ା, କୁତିରୀ ଆଦି ମହାନଦୀ କୂଳରେ ଶହ ଶହ ସଂଖ୍ୟା ରେ ବିଦେଶୀ ପକ୍ଷୀ ମାନେ ଚଳ ପ୍ରଚଳ କରନ୍ତି । ବିଦେଶୀ ପକ୍ଷୀ ଙ୍କ ଭିତରେ ଖରହଂସ, ଚନ୍ଦନାହଂସ, ଚକୋଆଟକୋଇ, ଚଟୁଆଗେଣ୍ଡି ଆଦି ୩୦ ରୁ ଅଧିକ ପ୍ରଜାତିର ପକ୍ଷୀମାନେ ଆସିଥାନ୍ତି । ଏହି ଅଂଚଳରେ ବିଦେଶୀ ପକ୍ଷୀ ଙ୍କ ଉପଯୋଗୀ ଖାଦ୍ୟ ପ୍ରଚୁର ପରିମାଣ ରେ ଉପଲବ୍ଧି ହେଉଥିବାରୁ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କ କଳ ରବରେ ମୁଖରିତ ହୁଏ ସାତକୋଶିଆ ଗଣ୍ଡ।  ଅନ୍ୟପକ୍ଷରେ ପକ୍ଷୀ ଶିକାର ଉପରେ ପ୍ରଶାସନ ଓ ବନ ବିଭାଗ ପକ୍ଷରୁ କଡା ଆଭିମୁଖ୍ୟ ଥିବାରୁ ଶିକାରୀ ମାନଙ୍କ ପ୍ରାଦୁର୍ଭାବ ନ ଥିବାରୁ ପକ୍ଷୀ ମାନେ ନିରାପଦ ମଣୁଛନ୍ତି । ଏପରିକି ବିଦେଶୀ ପକ୍ଷୀମାନେ ଜଙ୍ଗଲ ଓ ନଦୀକୂଳରେ ଥିବା ବିଭିନ୍ନ ଗଛ ମାନଙ୍କରେ ରାତ୍ରିଯାପନ କରୁଥିବା ଲକ୍ଷ୍ୟ କରାଯାଇଛି । ପକ୍ଷୀମାନଙ୍କୁ ସୁରକ୍ଷା ପାଇଁ ସୁରକ୍ଷା ଦଳ ଗଠନ କରାଯାଇ ବିଭିନ୍ନ ଅଞ୍ଚଳ ରେ କର୍ମଚାରୀ ଙ୍କୁ ନିୟୋଜିତ କରାଯାଇଛି ବୋଲି ମହାନଦୀ ବନ୍ୟପ୍ରାଣୀ ବିଭାଗ ର ଭାରପ୍ରାପ୍ତ ଡି ଏଫ ଓ କ୍ଷମା ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

Post a Comment

Previous Post Next Post