ବୌଦ୍ଧ,(ହୃଦାନନ୍ଦ ମେହେର) ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ଅଂଚଳରେ ଆଞ୍ଚଳିକ କୃଷିଭିତ୍ତିକ ପର୍ବ କଳସି ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳରେ ଥିବା ମଙ୍ଗଲା କୁଠି , କଳlସି କୁଠି , ଗୁଢ଼ୀଘରେ ପୁରାତନ ପୂଜା ପଦ୍ଧତି ଓ ଲୋକସଂସ୍କୃତି ପରମ୍ପରା ସ୍ପଷ୍ଟ ବାରିହୋଇ ଯାଇଥାଏ । ଚାଷୀ କୃଷି କାର୍ଯ୍ୟସାରି ଧାନ ଅମଳ ଆରମ୍ଭ କରିବା ସମୟରେ ଯାହାକି କାର୍ତ୍ତିକ ମାସର ଏକାଦଶୀ ତିଥୀ ତଥା ପଞ୍ଚକ ସମୟରେ ଏହିପର୍ବ ପାଳନ ହୋଇଥାଏ । ଯାହା କଳାସି ଯାତ୍ରା ନାମରେ ପରିଚିତ ହୋଇଥାଏ । ଏହି ଦିନରେ ଦେବତା ମାନେ କୈଳlସ ପର୍ବତ ଯାତ୍ରା କରୁଥିବାରୁ ଏହାର ନାମ କଳାସି ଯାତ୍ରା କରାଯାଉଥିବା ପୁରାତନ କାଳରୁ ବିଶ୍ୱାସ କରାଯାଏ । କାର୍ତିକ ମାସରେ ଚାଷ ଜମିରୁ ଚାଷୀ ଧାନ ଅମଳ ଆରମ୍ଭ କରିଥାଏ । ଯାତ୍ରାର କିଛି ଦିନ ଆଗରୁ କଳlସି କୁଠିକୁ ପରିସ୍କାର ପରିଚ୍ଛନ୍ନ କରାଯାଇ ଆବଶ୍ୟକସ୍ଥଳେ ଗୋବର , ମାଟି , ଚୂନ ଲିପି ମଙ୍ଗଳାଙ୍କ ସମେତ ହନୁମାନ ,ଦୁର୍ଗା ,କାଲି , ସାତଵହନୀ ସହ ଅନ୍ୟାନ୍ୟ ଦେବାଦେବୀଙ୍କୁ ଚିତ୍ର ଅଙ୍କନ କରାଯାଇଥାଏ । ଦଶମୀ ତୀଥିରେ ସନ୍ଧ୍ୟାରେ ନିକଟସ୍ଥ ଶୈବପୀଠ ଗୁଡ଼ିକରୁ ସମସ୍ତ ଦେବଦେବୀଙ୍କ ନିକଟରୁ ଅଧିଆପଡି ଦେଉଳବରା ବା ବାଟବରଣ କରାଯାଇଥାଏ । ତାପର ଦିନ ତଥା ଏକାଦଶୀ ତିଥିରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବା କଥା ସାଧାରଣରେ ଜଣାଯାଇଥାଏ । ଏହି ଯାତ୍ରାରେ ମୁଖ୍ୟ ଆକର୍ଷଣ ହୋଇଥାଏ ଧୁନକେଳି ବାଦ୍ୟ । ଏହା ସହ ବରୁଆ ମାନଙ୍କ ଦେହରେ ଦେବି ଆବିର୍ଭାବ ସହ ନାଚି ନାଚି ଯାତ୍ରା କରିବା ଶ୍ରଦ୍ଧାଳୁ ମାନଙ୍କୁ ଆକର୍ଷିତ କରିଥାଏ । ଏହିଯାତ୍ରା ଜଗତି , ଚନ୍ଦ୍ରପୁର ,ଖୁଣ୍ଟବନ୍ଧ, ଖମାରିପଡା , ତେଲିବନ୍ଧ, ରାଉତବାହାଲ ,ବୁଢ଼ୀପଦର , ଗିରlସିଂହା ,ବଡ଼ଖଲିଗାଁ ପ୍ରମୁଖ ଗ୍ରାମ ଗୁଡିକରେ ବରୁଆଙ୍କୁ ଦେହରେ କଲସି ଲାଗିବା ସହ ଭକ୍ତଙ୍କ ଗୁହାରି ଶୁଣିଥାନ୍ତି । ଚନ୍ଦ୍ରପୁର ଗ୍ରାମର କଲାସି ପୀଠରୁ ଆରଧ୍ୟଦେବୀ ବାହାରି ଚନ୍ଦ୍ରପୁର ଗ୍ରାମପରିକ୍ରମ କରି ଗାଁ ମୁଣ୍ଡାରେଥିବା ପୀଠରେ ପୂଜାର୍ଚନା କରିବା ପରେ କଣ୍ଟା ଦୁଲୀରେ ଦୁଳି ବରୁଆ ମାନେ ଦୋଳିଥିବା ଦୃଶ୍ୟ ଅତିନିଆରା ଥିଲା ।ଏହାପରେ ଲକ୍ଷ୍ମୀସାଗରରେ ପୂଜା କରାଯାଇଥିଲା । ରାତ୍ରିରେ ବିଭିନ୍ନ ସ୍ଥାନରେ ସଂକୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି । ଯାହା ଆଜି ସମ୍ପର୍ଣ୍ଣ ହୋଇଥିବା ଦେଖା ଦେଇଛି ।

Post a Comment