ନାବାଳିକା ଝିଅକୁ ଅପହରଣ ଅଭିଯୋଗରେ ଯୁବକ ଗିରଫ


ତୁରେକେଲା,(ଆଇଜତକ୍ ଓଡ଼ିଶା)  ୧୬ ବର୍ଷିଆ ନାବାଳିକାକୁ ଝିଅକୁ ଅପହରଣ କରିଥିବା ଅଭିଯୋଗରେ ବଡବାଙ୍କି ଗାଁର ଜଗମୋହନ କାଣ୍ଡକୁ ଗିରଫ କରି  ପୋକ୍ସୋ କୋର୍ଟକୁ  ଚାଲାଣ କରିଛି ତୁରେକେଲା ପୋଲିସ । ତେବେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ପୋଲିସ ଦେଇଥିବା ସୂଚନା ଅନୁସାରେ ତୁରେକେଲା ଥାନା ଅଞ୍ଚଳର ୧୬ ବର୍ଷିଆ ନାବାଳିକା ଝିଅକୁ ବଡବାଙ୍କି ଗାଁର ଜଗମୋହନ ଓ ତାର କିଛି ସାଥି ଏକ ମୋଟର ସାଇକେଲରେ ଅପହରଣ କରିଥିଲେ । ଏ ନେଇ ତୁରେକେଲା ଥାନାରେ ନାବାଳିକାର  ବାପା ଏତଲା ଦେଲା ପରେ ପୋଲିସ କେସ ନମ୍ବର ୧୮୦/୨୨ ଆଇପିସ ଧାରା  ୩୬୩/୩୪  ରେ ମାମଲା ରୁଜୁ କରି ଖୋଦ ଥାନା ଅଧିକାରୀ ଧର୍ମେଦ୍ର ଶାନ୍ତି  ତଦନ୍ତ କରିଥିଲା ନାବାଳିକା ଝିଅକୁ ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଥିଲେ । ନାବାଳିକା ଝିଅ କୁ କୋମନା ପାଖ ଏକ ଗାଁ ରୁ ଉଦ୍ଧାର କରି ପ୍ରଥମେ ସ୍ଵାସ୍ଥ ପରୀକ୍ଷା କରାଯାଇଥିଲା । ନାବାଳିକା ଝିଅକୁ   କଣ୍ଟାବାଞ୍ଜି ମାଜିଷ୍ଟ୍ରେଟ ରେ ହାଜର କରି  ତାର ବୟାନ ରେକର୍ଡ କରଯାଇଥିଲା   । ବୟାନ  ଆଧାର ରେ ଅପରାଧରେ ସାମିଲ ଥିବା ବଡବାଙ୍କି ଗ୍ରାମ ର ଜଗମୋହନ କାଣ୍ଡଙ୍କୁ ଗିରଫ କରାଯାଇଥିଲା ।

Post a Comment

Previous Post Next Post