ସିନାପାଲି, (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଦୃଗମ ଅଞ୍ଚଳ ଭୁଲିଆଭଟା ଗ୍ରାମ ଠାରେ ଆଜି ଗୁରୁବାର ସସ୍ତାହିକ ବଜାର ଶୁଭାରମ୍ଭ ହୋଇଛି । ଏହି ସସ୍ତାହିକ ବଜାର ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଘାଟମାଳ ସରପଞ୍ଚ ଶ୍ରୀଯୁକ୍ତ ଟେକରାମ ମାଝୀ,ନଙ୍ଗଲବୋଡ ସରପଞ୍ଚ ଶ୍ରୀଯୁକ୍ତ ଜଗଦୀଶ ମାଝୀ, କେନ୍ଦୁମୁଣ୍ଡା ସରପଞ୍ଚ ଶ୍ରୀଯୁକ୍ତ ମଦନ ଦଣ୍ଡସେନା, ସମାଜ ସେବୀ ଶ୍ରୀଯୁକ୍ତ ଗଣେଶ ପୋଡ଼,ନୁଆମାଲପଡା ସମିତି ସଭ୍ୟ ଶ୍ରୀଯୁକ୍ତ ତୋପଚନ ମାଝୀ, ଓ ନାଏବ ସରପଞ୍ଚ କେଶବ ଚିନ୍ଦା ମଞ୍ଚାସିନ ହୋଇଥିଲେ। ପରେ ଭୁଲିଆଭଟା ଗ୍ରାମ ର ଝାକର ଭୁଜବଲ ମାଝୀ ଗାଁ ର ମାଟି ଦେବତା ଇଷ୍ଟଦେବତା ଙ୍କୁ ପୁଜାଚ୍ଛନ୍ନା କଲାପରେ ସସ୍ତାହିକ ବଜାର ଉଦଘାଟନ କରିଥିଲେ।ଭୂଲିଆଭଟା ଠାରେ ସସ୍ତାହିକ ବଜାର ଉଦଘାଟନ ହୋଇଥିବାରୁ ଆଖ ପାଖ ଅଞ୍ଚଳ ଲୋକ ମାନେ ବହୁତ ଖୁସି ହୋଇଛନ୍ତି। ଉକ୍ତ ଉଦଘାଟନ କାର୍ଯ୍ୟକ୍ରମ ରେ ବଜାର କମିଟି ର ସଭାପତି ଚିନ୍ତାମଣି ମାଝୀ, ରମେଶ ମାଝୀ, ରାଜେଶ ତାଣ୍ଡି,ଗୁଣଧର ମହାନନ୍ଦ ମେମ୍ବର ଅର୍ଜୁନ ତାଣ୍ଡି, ଦୁର୍ବଳ ତାଣ୍ଡି ସମେତ ଅଞ୍ଚଳ ର ଅନ୍ୟାନ୍ୟ ଜନସାଧାରଣ ମାନେ ଉପସ୍ଥିତ ଥିଲୋ ।
ଭୁଲିଆଭଟା ଠାରେ ସସ୍ତାହିକ ବଜାର ଶୁଭାରମ୍ଭ ହୋଇଛି
ଆଜତକ ଓଡ଼ିଶା
0
Post a Comment