ତୁରେକେଲା (ଆଜତକ୍ ଓଡ଼ିଶା) ତୁରେକେଲା ବ୍ଲକ ବଡବାଙ୍କି ମାଝିପଡା ପ୍ରାଥମିକ ବିଦ୍ୟାଲୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପାଠ ପଢାଇବା ସମୟରେ ଶ୍ରେଣି ଗୃହରେ ଶୋଇଥିବା ଏବଂ ସରକାରି ଶିକ୍ଷୟତ୍ରି ନିଜ ମନ ମୁତାବକ ବିଦ୍ୟାଳୟ ଆସୁଥିବା ଏବଂ ବିଦ୍ୟାଳୟ ଛୁଟି ନହେବା ପୁର୍ବରୁ ଘରକୁ ଯାଉଥିବା ଖବର ପ୍ରକାସିତ ହୋଇଥିଲା । ଖବର ପ୍ରକାସିତ ହେବା ପରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜ କିଶୋର ନାଏକ ଏବଂ ସହକାରି ଶିକ୍ଷୟତ୍ରି ସବିତା କୁମ୍ଭାରଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେଇଛନ୍ତି ବ୍ଲକ ଶିକ୍ଷା ଅଧିକାରି ସୁରେନ୍ଦ୍ର କୁମାର ପୁରୋହିତ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜ କିଶୋର ନାଏକଙ୍କୁ ସସପେଣ୍ଡ କରିଥିବା ବେଳେ ସହକାରି ଶିକ୍ଷୟତ୍ରି ସବିତା କୁମ୍ଭାରଙ୍କୁ କାରଣ ଦର୍ଶାଅ ନୋଟିସ କରିବା ସହ ତାଙ୍କ ଦରମା ବନ୍ଦ କରିଛନ୍ତି । ଏନେଇ ବ୍ଲକ ଶିକ୍ଷା ଅଧିକାରି ଶ୍ରୀ ପୁରୋହିତଙ୍କୁ ପଚାରିବାରୁ ଯିଏ ଦୋଷ କରିବ ସିଏ ଦଣ୍ଡ ପାଇବ, ଗାଁ ଲୋକ ଅଭିଯୋଗ କଲେ ଏବଂ ଯାହା ଖବର କାଗଜରେ ପ୍ରକାସିତ ହୋଇଛି ତାହା ସତ୍ୟ ତେଣୁ ସେହି ଆଧାରରେ ଏମାନଙ୍କୁ ଉପରେ କାର୍ଯ୍ୟନୁଷ୍ଠାନ ନିଆଯାଇଥିବା କହିଥିଲେ । ଏଠାରେ ଉଲ୍ଲେଖେଯାଗ୍ୟ ଯେ, ତୁରେକେଲା ବ୍ଲକ ଏକ ପଛୂଆ ବ୍ଲକ ହୋଇଥିବା ବେଳେ ସେହି ଅଂଚଳରେ ସ୍କୁଲ ଗୁଡିକରେ ଶିକ୍ଷକଙ୍କ ମନମୁଖୀ କାମ ଯୋଗୁ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ଭୁସୁଡିଯାଉଛି । ଯାହା ଫଳରେ ଛାତ୍ର ଛାତ୍ରି ମାନଙ୍କୁ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି । ଅବିଭାବକ ମାନେ ଏନେଇ ମନମୁଖୀ କାମ କରୁଥିବା ଶିକ୍ଷକ ଶିକ୍ଷୟତ୍ରି ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ବ୍ଲକ ଶିକ୍ଷା ଅଧିକାରିଙ୍କୁ ଅଭିଯୋଗ କରୁଥିବା ବେଳେ ବ୍ଲକ ଶିକ୍ଷା ଅଧିକାରି ଶ୍ରୀ ପୁରୋହିତ ଏବିଓ ଫକିର ଚରଣ ବିସିଙ୍କୁ ତଦନ୍ତ ଦାୟିତ୍ୱ ଦେଉଛନ୍ତି । ହେଲେ ଶ୍ରୀ ବିସି ଠିକରେ ତଦନ୍ତ କରିବା ପରିବର୍ତେ ଦୋଷୀ ଶିକ୍ଷକ ଶିକ୍ଷୟତ୍ରି ସପକ୍ଷରେ ସବୁ ସମୟରେ ରିର୍ପୋଟ ଦେଇଥାନ୍ତି । ଅନେକ ସମୟରେ ସେ ନିଜର ଫାଇଦା ପାଇଁ ଏଭଲି କାମ କରିଥାନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଥିଲା।

Post a Comment