ପଶୁ ଚିକିତ୍ସା କୋଠି ପାଲଟିଛି ଏବେ ଭୁତ କୋଠି
ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ଗୃହପାଳିତ ପଶୂପକ୍ଷୀ ଙ୍କ ଚିକିସ୍ରା ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ସ୍ଥାନରେ ପ୍ରାଣୀଧନ ସହାୟକ କେନ୍ଦ୍ର ଖୋଲାଯାଇଛି । ନିୟୋଜିତ କର୍ମଚାରୀ ମାନଙ୍କୁ ମୋଟା ଅଙ୍କର ଦରମା ଦେଇ, ସେମାନଙ୍କ ପାଇଁ ଲକ୍ଷାଧିକ ଟଙ୍କାରେ ନିର୍ମିତ କାର୍ଯ୍ୟାଳୟ ପାଇଁ କୋଠା, ରହିବା ପାଇଁ ଘର ଯୋଗାଇ ଦିଆଯାଉଛି । ହେଲେ ଜିଲା ମୁଖ୍ୟ ବିଭାଗୀୟ ଅଧିକାରୀ ଙ୍କ ବେପୁରୁଆ ମନୋଭାବ କାରଣରୁ ବୌଦ୍ଧ ଜିଲାର ଆଦିବାସୀ ଅଧ୍ୟୂଷିତ ଦୁର୍ଗମ ଅଚଂଳ ଭାବେ ଜଣାଶୂଣା ଆଡେଣୀଗଡ ଗ୍ରାମପଂଚାୟତ ରେ ଥିବା ପ୍ରାଣୀଧନ ସହାୟକ କେନ୍ଦ୍ରରେ ବର୍ଷବର୍ଷ ଧରି ତାଲା ଝୁଲୁଥିବାବେଳେ ଦିନକ ସକାଶେ ନିୟୋଜିତ ପ୍ରାଣୀଧନ ନୀରୀକ୍ଷକ ଙ୍କ ଦେଖା ନଥିବାରୁ ଏବେ କେନ୍ଦ୍ରଟି ଭୁତ କୋଠି ପାଲଟି ଯାଇଛି ।
ଲୋକଙ୍କ ପଇସାରେ ରାଜ୍ୟ ସରକାରଙ୍କ ଠାରୁ ମୋଟା ଅଙ୍କର ଦରମା ପାଇ ନିୟୋଜିତ ଜିଲା ମୁଖ୍ୟ ପ୍ରାଣୀ ଚିକିସ୍ରା ଅଧିକାରୀ ଙ୍କ ବେପରୁଆ ମନୋଭାବ ସାଙ୍ଗକୁ ନିୟୋଜିତ କର୍ମଚାରୀ ଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଆସୁଥିବା କାରଣରୁ ଆଡେଣୀଗଡ ଭଳି ଦୁର୍ଗମ ଅଚଂଳରେ ଜନସାଧାରଣଙ୍କ ଗୃହପାଳିତ ପଶୁପକ୍ଷୀ ମାନଙ୍କୁ ଚିକିସ୍ରା ସେବା ମିଳି ପାରୁନାହିଁ ବୋଲି ଆଡେଣୀଗଡ ଗ୍ରାମପଂଚାୟ ବାସୀ ସମେତ ସରପଂଚ ଅଜିତ କୁମାର ପ୍ରଧାନ ଅଭିଯୋଗ କରିଛନ୍ତି ।
ସୁଚନା ଥାଉ କି ଆଡେଣୀଗଡ ପ୍ରାଣିଧନ ସହାୟକ କେନ୍ଦ୍ରରେ ଅଗଷ୍ଟ ମାସ ୨୦୨୧ ରେ ନୟନା ବେହେରା ନାମକ ଜଣେ ମହିଳାଙ୍କୁ ପ୍ରାଣିଧନ ନୀରୀକ୍ଷକ ଭାବେ ନିୟୋଜିତ କରାଯାଇଛି । ହେଲେ ଗତ ବର୍ଷକ ଭିତରେ ମାତ୍ର ହାତ ଗଣତି କିଛିଦିନ କୁ ଛାଡିଦେଲେ ବର୍ଷ ତମାମ କେନ୍ଦ୍ରରେ ପ୍ରାଣୀଧନ ନୀରୀକ୍ଷକ ଙ୍କ ଦେଖା ମିଳୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ନିୟୋଜିତ ପ୍ରାଣୀଧନ ନୀରୀକ୍ଷକ ଙ୍କୁ ଅତିରିକ୍ତ ତଳଗାଁ ଗ୍ରାମପଂଚାୟତର ପ୍ରାଣୀଧନ ସହାୟକ କେନ୍ଦ୍ରର ଦାୟିତ୍ୱ ଦିଆଯାଇଛି । ଫଳରେ ଗୃହପାଳିତ ପଶୁପକ୍ଷୀ ଙ୍କ ଚିକିତ୍ସା ପାଇଁ କେନ୍ଦ୍ର କୁ ଯାଇ ଲୋକଙ୍କୁ ନିରାଶ ହୋଇ ଫେରିବା ସହିତ ପଶୁପକ୍ଷୀଙ୍କ ଚିକିତ୍ସା ହୋଇ ପାରୁନାହିଁ । ଚିକିସ୍ରା ନିମନ୍ତେ ନିୟୋଜିତ ପ୍ରାଣୀଧନ ନିରୀକ୍ଷକ ଙ୍କୁ ଯୋଗାଯୋଗ କଲେ ତଳଗାଁ ଆସିଥିବା କହି ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି । ହେଲେ ଆଡେଣୀଗଡ ରେ ମୁଖ୍ୟ ଦାୟିତ୍ୱ ରହିଥିବାବେଳେ ସର୍ବଦା ତଳଗାଁ କହି ଲୋକଙ୍କୁ ଭୁଆଁ ବୁଲାଇ, ଆଡେଣୀଗଡ ପ୍ରାଣୀ ଚିକିସ୍ରା କେନ୍ଦ୍ର କୁ ଭୁତ କୋଠିରେ ପରିଣତ କରିଥିବା ସମ୍ପୃକ୍ତ ପ୍ରାଣୀଧନ ନୀରୀକ୍ଷକ କିଭଳି ଭାବେ ଚିକିସ୍ରାସେବା ଯୋଗାଇ ଦେଉଛନ୍ତି ସେ ସମ୍ପର୍କରେ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରଦିପ୍ତ କୁମାର ରଥ ସବୁ ଜାଣି ବି ଚୁପ ବସି ପଡିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଶୈଳୀ କୁ ନେଇ ପଂଚାୟତ ବାସୀ ପ୍ରଶ୍ନ ଉଠାଇଛନ୍ତି ।
ଏହି ପ୍ରସଙ୍ଗ କୁ ନେଇ ଜିଲା ମୁଖ୍ୟ ପ୍ରାଣୀ ଚିକିସ୍ରା ଅଧିକାରୀ ପ୍ରଦୀପ୍ତ କୁମାର ରଥ ଙ୍କୁ ପଚାରିବାରୁ ସେ ଠିକ ଚାଲିଛି, ଆଡେଣୀଗଡ ରେ ହୋଇଥିବା ଜିଲାପାଳଙ୍କ ଜନଶୂଣାଣି କାର୍ଯ୍ୟକ୍ରମ ସମୟରେ ପରିଦର୍ଶନ କରିଥିବା କହିବା ସହିତ ତଦନ୍ତ କାରାଯିବ ବୋଲି କହିଛନ୍ତି । ତେବେ କିଏ କରିବ ତଦନ୍ତ ? ତାକୁ ନେଇ ଉଠିଛି ପ୍ରଶ୍ନ ? ଦୀର୍ଘ ବର୍ଷବର୍ଷ ଧରି ଗୃହପାଳିତ ପଶୁପକ୍ଷୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ନାଁରେ ଚାଲିଥିବା ଗୁରୁତର ଅବହେଳା ପାଇଁ ଦାୟୀ କିଏ ?
ଲୋକଙ୍କ ମତାମତକୁ ବିଚାରକୁ ନେଇ ବର୍ଷବର୍ଷ ଧରି ବିନା କାର୍ଯ୍ୟରେ ଦରମା ନେଇ ଅଏସ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ବୌଦ୍ଧ ଜିଲାର ଜିଲାପାଳ ଦୃଷ୍ଟି ଦେବାକୁ ପଂଚାୟତର ସରପଂଚ ଅଜିତ ପ୍ରଧାନ ଅନୁରୋଧ କରିଛନ୍ତି ବୋଲି ସୁଚନା ଦେଇଛନ୍ତି ।
Post a Comment