ପୁଣି ପଥର କ୍ଵାରୀ ପ୍ରସଙ୍ଗ ଉଠାଇଲା ଜିଲ୍ଲା ପ୍ରଶାସନ

ଜିଲ୍ଲାପାଳଙ୍କ ଗସ୍ତପରେ ପ୍ରତିବାଦ ନେଇ ଚଳଚଞ୍ଚଳ ଖରଭୂଇଁ ଗ୍ରାମବାସୀ



ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ବର୍ଷକରୁ ଉର୍ଦ୍ଧସମୟ ହେବ ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଗ୍ରାମରେ ପଥରକ୍ବାରୀ ଓ କ୍ରସରକୁ ନେଇ ଚାଲିଛି ଛକାପଞ୍ଝା । ଏସବୁ ବିବାଦର ଅନ୍ତ ହେଲା ଆଉ କ୍ରସର ଚାଲିବନି ବୋଲି ଗତବର୍ଷ ସେପ୍ଟେମ୍ବର ୨୫ତାରିଖ କ୍ରସର କ୍ବାରୀ ମାଲିକ,ଗ୍ରାମବାସୀ,ପୁଲିସ,ପ୍ରଶାସନ, ଓ ନିର୍ବାଚିତ ଜନପ୍ରତିନିଧିଙ୍କ ଉପସ୍ଥିତିରେ ଘୋଷଣା କରିଥିଲେ । ଅତୀତ ଦିନରେ ଏ ଘଟଣାନେଇ ହରଭଙ୍ଗା ପଞ୍ଚାୟତସମିତି ବୈଠକ ମଧ୍ୟ ଅଚଳ ହୋଇଥିଲା । ପଞ୍ଚାୟତ ସମିତିରେ ଏବଂ ଗ୍ରାମସଭାରେ ଆଉ ପଥରକ୍ବାରୀ କ୍ରସର ଖରଭୂଇଁ ଗ୍ରାମରେ ନଚଲାଇବା ପାଇଁ ସର୍ବସମ୍ମତ୍ତି ନିଷ୍ପତ୍ତି ମାନ ଗ୍ରହଣ କରାଯାଇଥିଲା । ସବୁଠୁ ବଡକଥା ହେଲା ଅତୀତ ଦିନରେ PWD ବିଭାଗ ସମ୍ପ୍ରତି ଚାଲିଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟନିମିତ୍ତ କ୍ବାଲିଟି ଟେଷ୍ଟରେ ବିଫଳ ହୋଇଛି ଏ ଅଞ୍ଚଳର ପଥର । ମାତ୍ର ସବୁସତ୍ତ୍ବେ ଜିଲ୍ଲାପ୍ରଶାସନ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ଲୋକଙ୍କ ଜୀବନ ଜୀବିକା ସ୍ବାସ୍ଥ୍ୟ ପ୍ରଭୃତିକୁ ପଛକୁ ପକାଇ ପଥରକ୍ବାରୀ ଓ କ୍ରସର ଚଲାଇବା ପାଇଁ ଆଗଭର ହୋଇଛି । ଗତକାଲି ବୌଦ୍ଧ ଜିଲ୍ଲାପାଳ, ଏସପି,ହରଭଙ୍ଗା ତହସିଲଦାର ଓ ବିଡିଓ ପ୍ରମୁଖ ଆସି ଘଟଣାସ୍ଥଳରେ ଗ୍ରାମବାସୀଙ୍କ ସହ ଆଲୋଚନା କରିବାପରେ ଲୋକେ ରୋକଠୋକ ଜବାବ ଦେଇ କୌଣସି ପରିସ୍ଥିତିରେ କ୍ରସର ଓ କ୍ବାରୀ ନଚଲାଇବା ପାଇଁ ନିବେଦନ କରିଛନ୍ତି । ଆଜି ପୁର୍ବାହ୍ନରେ କୌଣସି ପରିସ୍ଥିତିରେ କ୍ରସର କ୍ବାରୀ ଚଲାଇନଦେବାକୁ ଜୁଲୁଙ୍ଗି ମାଟିଆଣିପିଠରେ ଗ୍ରାମବାସୀ ପୁଣିଥରେ ନନ୍ଦା ଅଣ୍ଡା ଫଟେଇ ନିୟମ କରିଛନ୍ତିଯେ କୌଣସି ପରିସ୍ଥିତିରେ ବି କ୍ବାରୀ ନଚଲେଇବାକୁ ଶପଥ ନେଇଛନ୍ତି । ଅପରପକ୍ଷରେ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ କ୍ବାରୀଚଲାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିବାରୁ ଆଗାମୀ ଦିନରେ ଯେକୌଣସି ଅଘଟଣ ଘଟିପାରେ ବୋଲି ସନ୍ଦେହ କରାଯାଉଛି।

Post a Comment

Previous Post Next Post