ଗାଁ ମୁଣ୍ଡରେ ହାତୀପଲ , ଲୋକେ ଭୟଭିତ


ସୁବର୍ଣ୍ଣପୁର (ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ କୁମ୍ଭାରମୁଣ୍ଡା ସେକସନ ଲେମ୍ବୁପାଲି ଅଞ୍ଚଳରେ ୧୩ ଟିକିଆ ହାତୀ ପଲ ଦେଖିବାକୁ ମିଳିଛି । ବଲାଙ୍ଗୀର ଜିଲ୍ଲା ଆଠଗାଁ ରେଞ୍ଜରୁ ଏହି ହାତୀପଲ ଆସିଥିବା ସୂଚନା ମିଳିଛି । କୁମ୍ଭାରମୁଣ୍ଡା ଫରେଷ୍ଟର ଦୀନେଶ କୁମାର ମାଝିଙ୍କ ସହ ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ହାତୀପଲକୁ ଜଙ୍ଗଲ ଆଡକୁ ଘଉଡ଼ାଇବା ପାଇଁ ପ୍ରୟାସ ଚଳାଇଥିବା ଜଣାଯାଇଛି । ତେବେ ହାତି ପାଇଁ ନିକଟ ଗାଁଲୋକେ ଭୟଭିତ ହୋଇପଡିଥିବା ବେଳେ ରାତିରେ ହାତିପଲ ବ୍ୟାପକ ଫସଲ ନଷ୍ଟ କରିଥିବା ଚାଷିମାନେ ଅଭିଯୋଗ କରିଛନ୍ତି

Post a Comment

Previous Post Next Post