ହରଭଙ୍ଗା :(ସୁଶାନ୍ତ କୁମାର ବେହେରା )ହରଭଙ୍ଗା ପୋଲିସ ଦ୍ୱାରା ଚଢ଼ାଉ କରାଯାଇ ତିନିଟି ହାଇୱା ଜବତ କରାଯାଇଥିବା ସୂଚନା ମିଳିଛି । ୨୩ ଓ ୨୪ ତାରିଖ ଚଢ଼ାଉ କରାଯାଇ ବେଆଇନ ବାଲି ଚାଲାଣ କରାଯାଉଥିବା ହାଇୱା କୁ ଜବତ କରାଯାଇଛି । ହରଭଙ୍ଗା ପୋଲିସ କେ୍ସ ନମ୍ବର ୯୭,୯୮ ଓ ୯୯ ତା.୨୪/୧୦/୨୨ W/S ୪୭୯ IPC r/ w ସେକ୍ସନ ୨୧ ଏମ ଏମ ଡି ଆର ଆକ୍ଟ ସେକସନ ୫୧ ମାଇନର ମିନେରାଲ କଂସେସନ ରୁଲ ୧୬ ଅନୁସାରେ ଚାରିଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେହିପରି ପୁରୁଣାକଟକ ଥାନା ଅଂଚଳରୁ ଚୋରା ବାଲି ଲୋଡ଼ ହୋଇଥିବା ଦୁଇଟି ହାଇୱା କୁ ମଧ୍ୟ ଜବତ କରାଯାଇଛି । ପୁରୁଣାକଟକ ପୋଲିସ କେ୍ସ ନମ୍ବର ୫୯ ତା.୨୪/୧୦/୨୨ ରେ ମାମଲା ରୁଜୁ କରାଯାଇ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ।
ବାଲିମାଫିଆ ଉପରେ ପୋଲିସ ର କାର୍ଯ୍ୟାନୁଷ୍ଠାନ , ଆକ୍ସନ ମୋଡ଼ରେ ପୋଲିସ
ଆଜତକ ଓଡ଼ିଶା
0
Post a Comment